ଡେନ୍‌ମାର୍କ ପ୍ରଧାନମନ୍ତ୍ରୀଙ୍କ ସ୍ପିଚ୍‌ ରାଇଟର ପାଲଟିଲା ଚାଟ୍‌ଜିପିଟି

କୋପେନ୍‌ହାଗେନ,୧ା୬: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍‌ ଚାଟ୍‌ଜିପିଟି ଏବେ ଡେନ୍‌ମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକ୍‌ସେନ୍‌ଙ୍କ ସ୍ପିଚ୍‌ ରାଇଟର ପାଲଟିଛି। ମେଟ୍ଟେ ବୁଧବାର ପାର୍ଲାମେଣ୍ଟରେ ଭାଷଣ ଦେବାବେଳେ ଚାଟ୍‌ଜିପିଟି ଦ୍ୱାରା ଲିଖିତ ଭାଷଣର ଅଂଶକୁ ପଢ଼ି ଶୁଣାଇଛନ୍ତି। ସେ କହିଛନ୍ତି, ଗତ ସଂସଦୀୟ ବର୍ଷରେ ବିସ୍ତୃତ ସରକାରର ନେତୃତ୍ୱ ନେବା ଏକ ସମ୍ମାନର ବିଷୟ ହୋଇଥିବାବେଳେ ଏହା ଏକ ଚ୍ୟାଲେଞ୍ଜ ଭାବେ ମଧ୍ୟ ଉଭା ହୋଇଥିଲା। ଏଆଇର ଦିଗ ଓ ବିପଦକୁ ସୂଚାଇବା ପାଇଁ ସେ ଏପରି କରିଛନ୍ତି। ବର୍ତ୍ତମାନ ମୁଁ ଯାହା ପଢ଼ିଲି ତାହା ମୋ ମନରୁ କହିନାହିଁ। ଏହା କୌଣସି ବ୍ୟକ୍ତିଙ୍କ ଦ୍ୱାରା ଲିଖିତ ଭାଷଣ ମଧ୍ୟ ନୁହେଁ। ଏହା ହେଉଛି ଚାଟ୍‌ଜିପିଟିର ଲେଖା ବୋଲି ସେ କହିଛନ୍ତି। ପ୍ରକାଶ ଯେ, ଗତବର୍ଷ ଚାଟ୍‌ଜିପିଟିର କରାମତି ସାମ୍ନାକୁ ଆସିଥିଲା। ଏହା ପ୍ରବନ୍ଧ, କବିତା ଓ କଥୋପକଥନ ପାଇଁ ମଧ୍ୟ ଲେଖିପାରେ।

Share