ଢେଙ୍କାନାଳ ଅଫିସ, ୨୯।୧: ଜଙ୍ଗଲ ତଳି ଅଞ୍ଚଳରେ ରହୁଥିବା ପରିବାରର ବାସିପଖାଳ ବାସ୍ନା ହାତୀପଲକୁ ମତୁଆଲା କରୁଛି। ଜମିରୁ ଧାନ ଅମଳ ସରିଯାଇଥିବାବେଳେ ଏବେ ବଣୁଆ ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହଁା ହେଉଛନ୍ତି। ପଖାଳ ଖାଇବାକୁ ଯାଇ ସେମାନେ ଘରଦ୍ୱାର ଭାଙ୍ଗି ପକାଉଛନ୍ତି। ଘଉଡ଼ାଇବାକୁ ଉଦ୍ୟମ କଲେ ହିଂସ୍ର ଆଚରଣ ପ୍ରଦର୍ଶନ କରୁଛନ୍ତି। ତେଣୁ ହାତୀ ଉପଦ୍ରୁତ ଅଞ୍ଚଳବାସୀ ଘରେ ବାସି ଭାତ କିମ୍ବା ପଖାଳ ରଖିବା ବିପଦ ବୋଲି ଢେଙ୍କାନାଳ ଜିଲା ବନ ବିଭାଗ ପକ୍ଷରୁ ସତର୍କ କରାଯାଇଛି।