Advertisement

ହାଇକୋର୍ଟରୁ ନିରାଶ ହେଲେ ଦାରା ସିଂ

କଟକ ଅଫିସ୍‌,୭।୯: ଖ୍ରୀଷ୍ଟିଆନ ପାଦ୍ରୀ ଅରୁଲ ଦସ ହତ୍ୟା ମାମଲାରେ ଦାରା ସିଂ ହାଇକୋର୍ଟରୁ ନିରାଶ ହୋଇଛନ୍ତି। ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ହାଇକୋର୍ଟରେ କାଏମ ରହିଛି। ଦାରା ସିଂ ଓ ତାଙ୍କ ସହଯୋଗୀ ରାଜ କିଶୋର ମହନ୍ତ, ଯଦୁନାଥ ମହନ୍ତ ଏବଂ ଚେମା ହୋ’ଙ୍କ ଅପିଲକୁ ହାଇକୋର୍ଟ ଖାରଜ କରିଛନ୍ତି।
ସୂଚନାଯୋଗ୍ୟ, ୧୯୯୯ ମସିହା ସେପ୍ଟେମ୍ବର ମାସରେ ମୟୂରଭଞ୍ଜ ଜିଲାର ଜାମବନି ଗାଁରେ ଫାଦର୍‌ ଅରୁଲ ଦସଙ୍କୁ ତୀର ମାରି ହତ୍ୟା କରାଯାଇଥିଲା। ଦାରା ସିଂ ଓ ତାଙ୍କ ଅନ୍ୟ ସହଯୋଗୀମାନେ ଫାଦର ଅରୁଲଙ୍କୁ ହତ୍ୟା କରିବା ପରେ ଚର୍ଚ୍ଚରେ ନିଆଁ ଲଗାଇ ଫେରାର ହୋଇ ଯାଇଥିଲେ। ଏହି ଘଟଣାରେ ମୟୂରଭଞ୍ଜ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ୨୦୦୭ ସେପ୍ଟେମ୍ବରରେ ଏହି ମାମଲାର ରାୟ ପ୍ରକାଶ ପାଇଥିଲା। ମୟୂରଭଞ୍ଜ ନିମ୍ନ ଅଦାଲତ ମାମଲାକୁ ବିଚାର କରି ଅଭିଯୁକ୍ତ ଦାରା ସିଂ ଓ ତାଙ୍କର ତିନି ସହଯୋଗୀଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share