ପାଟନା,୬।୧୧: ବିହାର ବିଧାନସଭା ନିବାର୍ଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ନଭେମ୍ବର ୭ରେ ଅନୁଷ୍ଠିତ ହେବ। କିନ୍ତୁ ଏହା ପୂର୍ବରୁ ହାୟାଘାଟ ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ରବୀନ୍ଦ୍ର ନାଥ ସିଂହଙ୍କ ଉପରକୁ ଗୁଳିମାଡ କରାଯାଇଛି। ଗୁରୁବାର ରାତିରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସାରି ଘରକୁ ଫେରୁଥିବାବେଳେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡିଏମସିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବୀନ୍ଦ୍ରଙ୍କ ଶରୀରରେ ଦୁଇଟି ଗୁଳି ବାଜି ଥିବାରୁ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ରବୀନ୍ଦ୍ରଙ୍କୁ କିଏ ଗୁଳିମାଡ କରିଛି, ତାହା ଜଣାପଡିନାହିଁ।