ସାହସୀ କ୍ୟାଟ୍ରିନା

ସତରେ କ୍ୟାଟ୍ରିନାଙ୍କ ସାହସକୁ ମାନିବାକୁ ପଡ଼ିବ। ଯେଉଁ ଶଟ୍‌ ପାଇଁ ଷ୍ଟଣ୍ଟ ମ୍ୟାନ୍‌ ଆବଶ୍ୟକ ହେଉଥିଲା, ସେପରି ରିସ୍କ ସେ ନିଜେ ନେଇଥିଲେ। କେବଳ ସେତିକି ନୁହେଁ, ସାହସର ସହ ଶଟ୍‌ ଦେବାକୁ ଆଗେଇ ଆସିଥିଲେ। ଅବଶ୍ୟ ଏଥିପାଇଁ ୩-୪ଥର କଟ୍‌ ହୋଇଥିଲା, କିନ୍ତୁ ଶଟ୍‌ଟି ଓକେ ହେବା ପରେ ସେଠାରେ ଉପସ୍ଥିତ କଳାକାର କ୍ୟାଟ୍ରିନାଙ୍କୁ ପ୍ରଶଂସା କରିବାକୁ ପଛାଇ ନ ଥିଲେ। ଏପରି ଶଟ୍‌ ସମ୍ପର୍କରେ କ୍ୟାଟ୍ରିନା କହନ୍ତି, ‘ଏକ ଆକ୍ସନ ଶଟ୍‌ ପାଇଁ ନିର୍ଦ୍ଦେଶକ ମହେଶ ଶର୍ମା ଟିକେ ଟେନ୍‌ସନରେ ଥିଲେ। କାରଣ ଏଥିପାଇଁ ଯାହାଙ୍କୁ ଷ୍ଟଣ୍ଟ ପାଇଁ ଅଣାଯାଇଥିଲା, ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ। ଏତିକି ବେଳେ ମୁଁ ମହେଶଙ୍କ ନିକଟକୁ ଯାଇ କହିଥିଲି ଯେ, ଏହି ଶଟ୍‌ ମୁଁ ନିଜେ ଦେବି। ବାସ୍‌, ଯାହାହେଉ ୩-୪ଥର କଟ୍‌ ହେବା ପରେ ଶଟ୍‌ଟି ଓକେ ହୋଇଥିଲା।’ ହଁ, ସଲମାନ-କ୍ୟାଟ୍ରିନା କୈଫଙ୍କୁ ନେଇ ନିର୍ମାଣାଧୀନ ସିନେମା ‘ଟାଇଗର ୩’ର ଶୁଟିଂ ସେଟ୍‌ରେ ଏପରି ଘଟଣା ଘଟିଥିଲା। ବିଦେଶରେ ଏହାର ଅର୍ଦ୍ଧାଧିକ ଶୁଟିଂ ଶେଷ ହେବା ପରେ ଏବେ ବମ୍ବେରେ ଶୁଟିଂ ଆରମ୍ଭ ହେବ। ଏହାପୂର୍ବରୁ ଟାଇଗର ଶୀର୍ଷକକୁ ନେଇ ନିର୍ମିତ ‘ଏକ୍‌ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହୈ’ରେ ସଲମାନ-କ୍ୟାଟ୍ରିନା ଯୋଡ଼ିକୁ ମଧ୍ୟ ଦେଖିବାକୁ ମିଳିଥିଲା।

Share