ଦାରିଙ୍ଗବାଡିରେ ଅଭୁଲାସ୍ମୃତି ପଢ଼ି, ବଡିଓଙ୍କୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି,୨୪।୧୦(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ମୁଁ ୨୦୧୪ରେ ଯାଇଥିଲି। ବହୁଦିନ ଧରି ଦାରିଙ୍ଗବାଡିରେ ଉପନିର୍ବାଚନ ପାଇଁ ପ୍ରଚାର କରିଥିଲି। ଗାଁଗାଁ ବୁଲି ଆଦିବାସୀ ଲୋକଙ୍କୁ ଭେଟିଛି, ଅତି ସୁନ୍ଦର ପରିବେଶ ମଧ୍ୟରେ ଲୋକ ବସବାସ କରନ୍ତି। ଦାରିଙ୍ଗବାଡି ବାସିନ୍ଦାଙ୍କ ସ୍ନେହ କେବେ ଭୁଲିପାରିବିନି। ପୁଣି ଦାରିଙ୍ଗବାଡି ଯିବି। ଲୋକଙ୍କ ସେବା କରିବାର ସୁଯୋଗ ମିଳିଛି ନିଶ୍ଚିତ ଦାରିଙ୍ଗବାଡି ଯିବି ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ଦାରିଙ୍ଗବାଡି ବିଡିିଓ ଗଦାଧର ପାତ୍ରଙ୍କୁ କହିଛନ୍ତ।
ଏହି ଅବସରରେ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ନିଜ କଲମରୁ ଲେଖିଥିବା ଦାରିଙ୍ଗବାଡି ଅଭୁଲା ସ୍ମୃତି ବହି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଉକ୍ତ ବହି ଖୋଲି ଦେଖିବା ସହ ପଢିଥିଲେ। ଉକ୍ତ ବହିରେ ଦାରିଙ୍ଗବାଡିର ପ୍ରଥମ ଅନୁଭୂତି ସମେତ ଦାରିଙ୍ଗବାଡି ଓଡ଼ିଶାର କଶ୍ମୀର, ଅପହଞ୍ଚ ଇଲାକାରେ ପାଦ, ଦିବ୍ୟ ଅନୁଭୂତି, ସ୍ମୃତି ଆଇନାରେ କୁମ୍ଭାରିପଦର ,ଯେଉଁଠି ୩ଥର ଭୁସ୍ଖଳନ ହୋଇଛି, ସେହିପରି ଦାରିଙ୍ଗବାଡି ଅଞ୍ଚଳରେ ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମତ୍ୟୁକୁ ନେଇ ଭିଟାମାଟିରେ ଶବ, ସ୍ମୃତିର ପଦଚିହ୍ନ, ପର୍ଯ୍ୟଟନସ୍ଥଳରେ ହଜିଲା ମନ, ଦୁର୍ଗମ କୁଟ୍ରୁକାରେ ଦିନଟିଏ, ନିଆରା ସଂସ୍କୃତି ଓ ପରମ୍ପରା ଓ ଅଞ୍ଚଳରେ ଲୋକଙ୍କ ସଂଘର୍ଷମୟ ଜୀବିକା ଜୀବନ ସମ୍ପର୍କରେ ଅତି ସୁନ୍ଦର ଭାବେ ଉକ୍ତ ବହିରେ ଲେଖକ ତଥା ସାହିତି୍ୟକ ତଥା ବିଡିଓ ଗଦାଧର ପାତ୍ର ପ୍ରକାଶ କରିଛନ୍ତି। ଉକ୍ତ ବହିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଂଶସା କରିଛନ୍ତି।
ପ୍ରକାଶ ଯେ, ବିଡିଓ ପାତ୍ର ଗତ ତିନିବର୍ଷ ଧରି ଦାରିଙ୍ଗବାଡିରେ କାର୍ଯ୍ୟକାଳ ମଧ୍ୟରେ ବିକାଶର ଛାପ ଛାଡ଼ିଥିବା ବେଳେ ଦୁଇଦୁଇ ଥର ଦାରିଙ୍ଗବାଡିରେ ଶୀତ ମହୋତ୍ସବ କରି ଚର୍ଚ୍ଚାରେ ରହିଛନ୍ତି।
ସେହିପରି ପର୍ଯ୍ୟଟନକ୍ଷେତ୍ର ତଥା ତୀର୍ଥକ୍ଷେତ୍ର ଋଷିମାଳର ବିକାଶ ସହ ହିଲଭିୟୁ ପାର୍କ, ଡୁଲୁରୀ ପାଇନବଣ,  କିରିକୁଟି ଲଭର୍ସ ପଏଣ୍ଟ, ସୁଲେଇ ସରୁ ଭିୟୁ ପଏଣ୍ଟ, ପାଟାବାନ୍ଧା ଜଳପ୍ରପାତର ବିକାଶ କରି ସେ ଲୋକଙ୍କ ପ୍ରିୟପାତ୍ର ହେବା ସହ ରାଜ୍ୟସରକାରଙ୍କ ଜଣେ ଦକ୍ଷ ପ୍ରଶାସନ ଭାବେ ଦାରିଙ୍ଗବାଡିରେ କାର୍ଯ୍ୟ କରିଥିବା ଜଣାପଡିଛି।

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସନ୍ତାକାଲି ଏହି ୩ ଜିଲାରେ ସ୍କୁଲ-କଲେଜ ଛୁଟି

ଭୁବନେଶ୍ୱର,୨୫।୧୦: ମୋହନ ସରକାରଙ୍କ ବଡ଼ ଘୋଷଣା। ପ୍ରବଳ ବର୍ଷା ହେବାକୁ ଥିବାର ଏହି ୨ଟି ଜିଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି ସରକାର। ବାତ୍ୟା ଦାନା...

ଯବତୀଙ୍କୁ ବଳାତ୍କାର କରି ଫେରାଥିଲେ ସମ୍ପର୍କୀୟ, ପରେ…

କୋକସରା,୨୫।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନାରେ ଗତ ଜୁଲାଇ ମାସ ୧୧ ତାରିଖରେ ଏକ ବଳାତ୍କାର ମାମଲା ରୁଜୁ ହୋଇଥିଲା। ଘଟଣାରେ ଫେରାରଥିବା...

ପ୍ରବଳ ବର୍ଷା ଆଲର୍ଟ, ସବୁ ସ୍କୁଲ ଛୁଟି

ଭଦ୍ରକ,୨୫।୧୦: ବାତ୍ୟା ପରେ ଉପକୂଳ ଜିଲାରେ ଜାରି ରହିଛି ପ୍ରବଳ ବର୍ଷା। ବାତ୍ୟା ପରେ ତୁହାକୁ ତୁହା ବର୍ଷାରେ ବେହାଲ ହେଳାଣି ଉପକୂଳିଆ ଜିଲା। ପାଣିପାଗ...

ପୋଲ ତଳକୁ ଖସିପଡ଼ିଲା ହାଇୱା

ଦାରିଙ୍ଗବାଡି,୨୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ଅଞ୍ଚଳରେ ଏକ ପଥର ବୋଝେଇ ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଚାଳକ ଗୁରୁତର ହୋଇଛନ୍ତି।...

ଆଶ୍ରୟସ୍ଥଳରେ ଖାଦ୍ୟ ବଣ୍ଟନକୁ ନେଇ ମନ୍ତ୍ରୀଙ୍କ ଅସନ୍ତୋଷ

ଭୋଗରାଇ,୨୫।୧୦(ପ୍ରଦୀପ ଦାସ): ବାତ୍ୟା ଦାନା ପ୍ରଭାବରେ ଓଡ଼ିଶା ସୀମାନ୍ତ ବାଲେଶ୍ୱର ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଜିଲାରେ ବିଶେଷ ପ୍ରଭାବ ପଡି ନ ଥିବା ବେଳେ କେବଳ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବାତ୍ୟା ଅଞ୍ଚଳରେ ମିଳିବ ନୂଆ ପକ୍କା ଘର, ଏମାନେ ପାଇବେ…

ଭୁବନେଶ୍ୱର,୨୫।୧୦: ରାଜ୍ୟ ସରକାରଙ୍କ ବଡ ଘୋଷଣା । ମିଳିବ ପକ୍କା ଘର । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲେ ମିଳିବ ନୂଆ ପକ୍କା ଘର । ଏ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ସୁରକ୍ଷା କର୍ମୀ-ମାଓବାଦୀ ମୁହାଁମୁହିଁ: ଜଣେ ମାଓବାଦୀ ନିହତ

ବାଲିଗୁଡା,୨୫।୧୦ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେସାର ଗାଁ -ଅଡାଙ୍ଗି ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ରହିଥିବା ଗୋଇନ୍ଦା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri