ଦାରିଙ୍ଗବାଡ଼ି ବିଡିଓଙ୍କ ଫୋନ୍‌ ନମ୍ବର ହ୍ୟାକ୍‌, ପିଏମ୍‌ କିଷାନ ଆପ୍‌ ଇନ୍‌ଷ୍ଟଲ କରିବାକୁ ହ୍ୟାକର୍‌ କରୁଛନ୍ତି ନିବେଦନ

ଦାରିଙ୍ଗବାଡ଼ି,୧୦ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ରଙ୍କ ମୋବାଇଲ ନଂ ୯୪୩୮୩୫୪୫୬୬କୁ କୌଣସି ହ୍ୟାକର ହ୍ୟାକ୍‌ କରିନେଇଛନ୍ତି। ବିଡିଓ ଯେଉଁସବୁ ସାମାଜିକ ଗଣମାଧ୍ୟମରେ ଅଛନ୍ତି ସେଗୁଡ଼ିକରେ ହ୍ୟାକର ଜଣକ ପିଏମ୍‌ କିଷାନ ଆପ୍‌କୁ ପୋଷ୍ଟ କରି ଉକ୍ତ ଆପ୍‌କୁ ଇନ୍‌ଷ୍ଟଲ କରିବାକୁ ନିବେଦନ କରିଛନ୍ତି। ଫଳରେ ସେ ଏହା କୌଣସି ହ୍ୟାକର ତାଙ୍କ ନମ୍ବରକୁ ହ୍ୟାକ୍‌ କରିନେଇଥିବା ସେ କହିଛନ୍ତି। ଜଣେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ମୋବାଇଲ ନମ୍ବରଟି ହ୍ୟାକ୍‌ ହୋଇଯିବା ପରେ ଏବେ ଚିନ୍ତା ବଢ଼ିଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସମେତ ଅନ୍ୟ ସରକାରୀ ତଥ୍ୟ ସବୁ ଚୋରି ହେବା ଆଶଙ୍କା ବୃଦ୍ଧି ପାଇଛି।

ହ୍ୟାକର ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସମେତ ଆଧାରକୁ ବ୍ଲକ କରିବା ସହ ସାଇବର ବିଭାଗର ଟୋଲ୍‌ ଫ୍ରିକୁ ଜଣାଇଛନ୍ତି। ସ୍ଥାନୀୟ ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ରଙ୍କୁ ଅବଗତ କରାଇଥିବା ବିଡିଓ କହିଛନ୍ତି।

Share