Advertisement

ଦୁଲୁକିଲା ଦାରିଙ୍ଗବାଡି: ପାରମ୍ପରିକ ଲୋକ କଳା ଦ୍ୱିତୀୟ ବର୍ଷ ମହୋତ୍ସବ, ବାଦ୍ୟ, ନୃତ୍ୟରେ…

ଦାରିଙ୍ଗବାଡି,୩୦।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପଞ୍ଚାୟତ ପରିସର ମଧ୍ୟରେ ବୁଧବାର ପାରମ୍ପରିକ ଲୋକ କଳା ଦ୍ୱିତୀୟ ବର୍ଷ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଲୋକକଳା ସଂଗଠନର ଜିଲା ସଦସ୍ୟ ମହେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ପୂର୍ବତନ ବିଡିଓ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଗଦାଧର ପାତ୍ର, ଜିଲା କଳା ଓ ସଂସ୍କୃତି ବିଭାଗ ଅଧିକାରୀ ଅକ୍ଷୟ କୁମାର ସେଠି, ବଣିକ ସଙ୍ଘ ସଭାପତି ଲଡ଼ୁକିଶୋର ସାହୁ, ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଳିକ, ଲୋକକଳା ସଭାପତି ବିଜେନ୍ଦ୍ର ପ୍ରଧାନ, ଲୋକକଳା ମହାସଙ୍ଘର ସମ୍ପାଦକ କ୍ରିଷ୍ଣା ଦିଗାଲ, ବରିଷ୍ଠ ନାଗରିକ ନାରଙ୍ଗ ପ୍ରଧାନ, ହିମଗିରି ଜିଲାପରିଷଦର ସମ୍ପାଦକ ପତିତପାବନ ରାଉତ, ଉପସଭାପତି ସାରଦା ବଳିୟାରସିଂ, ନାଟ୍ୟ ନିର୍ଦ୍ଦେଶକ ମଣ୍ଟୁ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ପାଣ୍ଡବ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏହି ଅବସରେ ଜନଜାତି ସମ୍ପ୍ରଦାୟର କଳାକାରମାନେ ପାରମ୍ପରିକ ବାଦ୍ୟଯନ୍ତ୍ର ଧରି ସଙ୍ଗୀତ, ନୃତ୍ୟ କରି ବଜାର ପରିକ୍ରମା କରିଥିଲେ। ବ୍ଲକ କାର୍ଯ୍ୟାଳୟରୁ ବିରାଟ ଶୋଭଯାତ୍ରାରେ ଅତିଥି ମାନଙ୍କୁନେଇ ମଞ୍ଚ ନିକଟରେ ପହଞ୍ଚିଥିଲେ। ସେଠାରେ ଅତିଥିମାନେ ମଞ୍ଚାସିନ ହେବାପରେ ଲୋକକଳାକୁ ବଞ୍ଚାଇବା ପାଇଁ ଏଭଳି ସଦାବେଳେ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଥିଲେ। ସାରଦା ବଳିୟାର ସିଂ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ ପାରମ୍ପରିକ ଲୋକକଳା ସଂଗଠନ ପକ୍ଷରୁ ପୂର୍ବତନ ବିଡିିଓଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହ ସେ ଦାରିଙ୍ଗବାଡିରେ ଗତ ୩ ବର୍ଷ କାର୍ଯ୍ୟକାଳ ମଧ୍ୟରେ କଳା ସଂସ୍କୃତିକୁ ଆଗକୁ ନେଇଥିବା ବେଳେ ଅନୁସୂଚିତ ଜନଜାତିଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେବା ସହ ସେ ଇକୋ ରିଟ୍ରିଟ ହେଉ କି ଶୀତ ଉତ୍ସବ ସବୁଠି ସେ ଲୋକ କଳ ସେ ଲୋକ କଳାକୁ ଗୁରୁତ୍ୱ ଦେଇ ଆସୁଥିବାରୁ ତାଙ୍କର ଅନ୍ୟତ୍ର ବଦଳି ହେବା ପରେ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share