ଦାରିଙ୍ଗବାଡି,୧୩ା୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ପୁଣି ଥରଉଛି ଶୀତ। ଗତ କିଛି ଦିନ ହେଲା ତାପମାତ୍ରା ୯ ଡିଗ୍ରୀରୁ ୧୨ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ରବିବାର ଏହା ହ୍ରାସ ପାଇ ୭ ଡିଗ୍ରୀକୁ ଖସିଛି। ଫଳରେ ଅସମ୍ଭାଳ ଶୀତ ହେଉଥିବାରୁ ଲୋକ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ସନ୍ଧ୍ୟା ପରଠାରୁ ସକାଳ ୯ଟା ପର୍ଯ୍ୟନ୍ତ ଶୀତ ଜାରି ରହୁଛି। ଚଳିତ ମାସର ଏହା ସବୁଠାରୁ କମ୍ ତାପମାତ୍ରା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।