ଦାରିଙ୍ଗବାଡି, ୯।୧ (ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ କିଛି ଦିନର ବ୍ୟବଧାନ ପରେ ପୁଣି ତୁଷାରପାତ ହୋଇଛି। ତାପମାତ୍ରା ୮ ଡିଗ୍ରୀ ରହିଛି। ଦୁର୍ଗମ ଗ୍ରାମ ଗୁଡିକରେ ଏହା ଠାରୁ ଆହୁରି କମ ତାପମାତ୍ରା ରହିଥିବା ଆଶଙ୍କା କରାଯାଇଛି। ଦାରିଙ୍ଗବାଡି ବ୍ଲକର ସିମନବାଡି, ଶ୍ରାନିକେତା, ବାଡାବାଙ୍ଗା, ଦାରିଙ୍ଗବାଡି ବଜାର, ଇଲେକ୍ଟ୍ରି ସାହି, କଫି ବଗିଚା ସମେତ ବିଭିନ୍ନ ସ୍ଥାନରେ ଠାଏ ଠାଏ ତୁଷାରପାତ ହୋଇଛି। ଧାନ ଖଳା, ପାଳ ଗଦା ଆଦିରେ ତୁଷାରପାତ ହୋଇଛି। ଶୀତ ଯୋଗୁ ପ୍ରବଳ ଜାଡ଼ରେ ଦେହ ହାତ ଗୋଡ଼ ଥରିବାରେ ଲାଗୁଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକ ମାନେ ନିଆଁର ସାହାରା ନେଉଛନ୍ତି କାମଧନ୍ଦା ରେ ଯିବାକୁ ଲୋକ ବିଳମ୍ବରେ ଘରୁ ବାହାରୁଛନ୍ତି। ଦାରିଙ୍ଗବାଡିରେ ରାତ୍ରିଯାପନ କରୁଥିବା ପର୍ଯ୍ୟଟକ ଶୀତର ମଜା ନେବାସହ ତୁଷାରପାତ ଦେଖି ଖୁସି ଜାହିର କରିଛନ୍ତି।