ଜି. ଉଦୟଗିରିରେ ତୁଷାରପାତ: ୫ଡିଗ୍ରୀ ତଳେ ତାପମାତ୍ରା

ଜି. ଉଦୟଗିରି ୨୦।୧୨(ଶିଶିର ପଟ୍ଟନାୟକ): ଜି ଉଦୟଗିରି ଅଞ୍ଚଳରେ ଏକ ସପ୍ତାହ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି । ବୁଧୁବାର ସବୁଠାରୁ ଅଧିକ ଥଣ୍ଡା ପଡ଼ିଛି । ଏଣେ ସହରର ବିଭିନ୍ନ ସ୍ଥାନରେ ତୁଷାର ପାତ ହୋଇଛି । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ଅଛି ବୋଲି କୃଷି ଗବେଷଣା କେନ୍ଦ୍ରର ପାଣିପାଗ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି । ଘରୁ ବାହାରକୁ ବାହାରିବା କଷ୍ଟକର ହୋଇ ପଡିଛି । ସହରର ବିଭିନ୍ନ ସ୍ଥାନରେ ତୁଷାର ପାତ ହୋଇଛି । ମହାଗୁଡା ସାହିର ଜଣଙ୍କ ଘର ଉପରେ ମଧ୍ୟ ତୁଷାରପାତ ହୋଇଛି । ପ୍ରବଳ ଶୀତ ଯୋଗୁ ଜନ ଜୀବନ ପ୍ରଭାବିତ ହେଉଛି ।

Share