Categories: କନ୍ଧମାଳ

ଦାରିଙ୍ଗବାଡ଼ି ବ୍ଲକରେ ଦଶହରା ପାଳିତ

ଦାରିଙ୍ଗବାଡ଼ି,୨୫ା୧୦(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଏବଂ ଦାରିଙ୍ଗବାଡ଼ିରେ ଦୁର୍ଗାପୂଜା ପାଳିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କରୋନା କଟକଣା ମଧ୍ୟରେ ପୂଜାର୍ଚ୍ଚନା କରାଯାଇଛି। ଦାରିଙ୍ଗବାଡ଼ିରେ ଷଷ୍ଠୀଠାରୁ ଦୁର୍ଗାପୂଜାର ଶୁଭାରମ୍ଭ କରାଯାଇଥିଲା। ମୁଖ୍ୟ ପୂଜକ ବୁଲୁ ତ୍ରିପାଠୀ ପୂଜାର୍ଚ୍ଚନା କରିଥିବା ବେଳେ ସନ୍ତୋଷ ସାହୁ, ରାଜା ଦୋରା, ଲଡୁକିଶୋର ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ। ସେହିପରି ସିମନବାଡ଼ିରେ ନବମୀ ଏବଂ ଦଶମୀପୂଜା କରାଯାଇଛି। ମୁଖ୍ୟ ପୂଜକ ସନ୍ତୋଷ ମିଶ୍ର ପୂଜାର୍ଚ୍ଚନା କରିଥିବା ବେଳେ ସରୋଜ ସାହୁ, ସାଧୁ ନାୟକ, ବିନୋଦ ସାହୁ ପ୍ରମୁଖ ପୂଜା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।