ବିପର୍ଯ୍ୟୟ ପରିଚାଳନାରେ ଭଲ ପ୍ରଦର୍ଶନ କରି ଦାରିଙ୍ଗବାଡ଼ି ବ୍ଲକ ସମ୍ମାନିତ

ଦିଗପହଣ୍ଡି,୨୯ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ଅଞ୍ଚଳରେ ବିପର୍ଯ୍ୟୟ ପରିଚାଳନାରେ ଭଲ ପ୍ରଦର୍ଶନ କରିଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ପୁରସ୍କୃତ କରାଯିବା ସହ ସମ୍ମାନ ଜଣକ ପ୍ରମାନପତ୍ର ମିଳିଛି। ଏହି ମାନପତ୍ରକୁ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ଏବଂ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଗ୍ରହଣ କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଠାରୁ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ଶ୍ରେଷ୍ଠ ବ୍ଲକ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିଡିଏମପି) ପାଇଁ ରାଜ୍ୟ ସ୍ତରୀୟ ପୁରସ୍କାର ଗ୍ରହଣ କରାଯାଇଛି ବୋଲି ବିଡିଓ ପାତ୍ର କହିଛନ୍ତି। ଏହି ପରିଚାଳନାରେ ସଫଳତା ପାଇଁ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଏବଂ ଜିଲା ବିପର୍ଯ୍ୟୟ ପରିଚାଳନା ଦଳ ସହ ବ୍ଲକ ସ୍ତରରେ ଅଧିକାରୀମାନଙ୍କୁ ବିଡିଓ ସାଧୁବାଦ ଜଣାଇଛନ୍ତି। ସେମାନଙ୍କ ପାଇଁ ସେ ବିଡିଏମ୍‌ (ବେଷ୍ଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ରୋଗ୍ରାମ) କରା ଯାଇପାରିଥିବା ବିଡିଓ ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେଣୁ ଦାରିଙ୍ଗବାଡ଼ି ବ୍ଲକ ରାଜ୍ୟ ସ୍ତରରେ ସର୍ବୋତ୍ତମ ବ୍ଲକ ବିପର୍ଯ୍ୟୟ ପରିଚାଳନା ଯୋଜନା ଭାବରେ ମନୋନୀତ ହୋଇପାରିଛି ବୋଲି କୁହାଯାଇଛ।

ସୂଚନାଯୋଗ୍ୟ, ଉକ୍ତ ବ୍ଲକ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦରରେ ଲଘୁଚାପ ଜନିତ ବର୍ଷାରେ ଏକାଧିକ ଥର ଗାଁ ନିକଟରେ ରହିଥିବା ପାହାଡ଼ ଭୂସ୍ଖଳନ ହୋଇଥିଲା। ଏଥର ଲୋକଙ୍କ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ନିକଟସ୍ଥ ତାମାଙ୍ଗି ବିଦ୍ୟାଳୟରେ ଅସ୍ଥାୟୀ ଆଶ୍ରୟସ୍ଥଳୀ କରାଯାଇ ରଖାଯାଇଥିଲା। ସେହିପରି ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବା ସହ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯାଇଥିଲା। ସେହିପରି ଯେଉଁ ସମୟରେ ବାତ୍ୟା, ଲଘୁଚାପ ଜନିତ ବର୍ଷା ହୁଏ ତା’ ପୂର୍ବରୁ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି କରଯାଇ ତାକୁ ମୁକାବିଲା କରିବାରେ ଦାରିଙ୍ଗବାଡ଼ି ବ୍ଲକ ସକ୍ଷମ ହୋଇପାରିଛି। ରାଜ୍ୟ ସରକାର ଏସବୁକୁ ଗୁରୁତ୍ୱ ଦେଇ ଦାରିଙ୍ଗବାଡ଼ି ବ୍ଲକକୁ ସମ୍ମାନିତ କରିଛନ୍ତି।

Share