ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ : ଓଲଟିଲା ବସ୍‌

କନ୍ଧମାଳ,୨୭।୧୨: କନ୍ଧମାଳ ଜିଲା ବାଲିଗୁଡ଼ା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ମହାଗୁଡ଼ି ନିକଟ ବୁଲାଣି ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଓଲଟି ୨୫ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତଙ୍କୁ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେତେ ଜଣଙ୍କ ଅବସ୍ତା ଗୁରୁତର ଥିବାରୁ ସେମାନଙ୍କୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ପଶ୍ଚିମବଙ୍ଗରୁ କିଛି ପର୍ଯ୍ୟଟକ ଏକ ବସ୍‌ ଯୋଗେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ। ଦାରିଙ୍ଗବାଡ଼ି ବୁଲାବୁଲି ସାରି ଗୋପାଳପୁର ଅଭିମୁଖେ ଯିବାବେଳେ ଦୁର୍ଘଟଣା ଘଟିଥିଲା।

Share