୧୦ ମିନିଟ୍‌ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୬ା୭(ଅରୁଣ କୁମାର ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ପ୍ରବଳ ବର୍ଷିଛି। ମାତ୍ର ୧୦ ମିନିଟ୍‌ ବର୍ଷାରେ ବେହାଲ ହୋଇଛି ଦାରିଙ୍ଗବାଡ଼ି ବଜାର। ଉକ୍ତ ବଜାରର ଲକ୍ଷ୍ମୀବଜାର ଛକ, ତିନି ଛକ, ଚାରିଛକ ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିଛି। ଫଳରେ ଲୋକଙ୍କ ଯାତାୟାତରେ ସମସ୍ୟା ଦେଖାଦେଇଛି। ଉକ୍ତ ଅଞ୍ଚଳରେ ଅନେକ ଲୋକଙ୍କ ଦୋକାନ ଗୃହ ସମେତ ଘରେ ପାଣି ପଶି ହଇରାଣ ଭୋଗିଛନ୍ତି। ରାଇପୁରଠାରୁ ଗୋପାଳପୁରକୁ ୫୯ ନଂ ଜାତୀୟ ରାଜପଥ ଦାରିଙ୍ଗବାଡ଼ି ବଜାର ଦେଇ ଯାଇଛି। କିଛିଦିନ ତଳେ ଏହି ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ତ୍ରୁଟିପୂର୍ଣ୍ଣ ଡ୍ରେନେଜ କାର୍ଯ୍ୟ ସହ ଫେବର ବ୍ଲକ କାର୍ଯ୍ୟ ଅତି ନିମ୍ନମାନର କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଏବେ ରାଜପଥର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ରାଜପଥ ଉପରେ ପାଣି ଜମା ହୋଇ ରହିବା ସହ ରାଜପଥର ବର୍ଷା ଜଳ ନିଷ୍କାସନ ପାଇଁ ରହିଥିବା ରାସ୍ତାଗୁଡ଼ିକ ସଠିକ୍‌ ଭାବେ କରାଯାଇ ନ ଥିବା ବେଳେ ରାଜପଥର ପାଣି ଡ୍ରେନରେ ପ୍ରବେଶ କରିପାରୁନି। ଫଳରେ ରାଜପଥ ଉପରେ ବର୍ଷା ଜଳ ଜମା ହୋଇରହୁଛି। ଏନେଇ ଜାତୀୟ ରାଜପଥ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟଦେବ ଦେଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଜଳ ଯୋଗାଣ ବିଭାଗ ଡ୍ରେନ୍‌ ନିକଟରେ ପାଇପ ବିଛାଇଥିବାରୁ ରାଜପଥ ଉପର ପାଣି ନିଷ୍କାସନ ହୋଇପାରୁ ନ ଥିବା ସେ କହିଛନ୍ତି। ତେବେ ସେ କହିବା ଅନୁସାରେ ତିନି ଛକରେ ସେଭଳି କୌଣସି ପାଇପ୍‌ ବିଛାଯାଇନି କେବଳ ସମ୍ପ୍ରସାରଣ ତ୍ରୁଟି ପାଇଁ ଜଳ ନିଷ୍କାସନ ହୋଇପାରୁ ନ ଥିବା ଲୋକମାନେ କହିଛନ୍ତି। ତେବେ ଖୁବ୍‌ଶୀଘ୍ର ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବୁ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri