Advertisement

ବଡ଼ଦିନ ପୂର୍ବରୁ ଦାରିଙ୍ଗବାଡ଼ି ଚଳଚଞ୍ଚଳ

ଦାରିଙ୍ଗବାଡ଼ି,୧୯ା୧୨(ଅରୁଣ ସାହୁ): ଆଉ କିଛିଦିନ ପରେ ଖ୍ରୀଷ୍ଟମାସ ପାଳନ କରାଯିବ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ଖ୍ରୀଷ୍ଟ ଶ୍ରଦ୍ଧାଳୁ ବଡ଼ଦିନ ଭାବେ ପାଳନ କରିବେ ଏଥିପାଇଁ ଏବେଠାରୁ ଅଞ୍ଚଳରେ ଖୁସିର ଲହରି ଦେଖିବାକୁ ମିଳିଛି। ଅଞ୍ଚଳ ଚଳ ଚଞ୍ଚଳ ହୋଇଉଠିଛି। ସବୁଠି ଉତ୍ସବ ମୁଖର ହୋଇପଡ଼ିଛି। ବିଭିନ୍ନ ଚର୍ଚ୍ଚ ସମେତ ପ୍ରାର୍ଥନା ଗୃହ, ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରାକ୍‌ ଖ୍ରୀଷ୍ଟିମାସ ପାଳନ କରାଯାଉଛି। ଏହି ଅବସରରେ ପାଦ୍ରିପିଓ ଇଂଲିଶ ମିଡିୟମ ପରିସରରେ ଏହି ପର୍ବ ପାଳନ କରାଯାଇଛି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଉଦ୍ଦେଶ୍ୟ ଓ ସେ ଧରାପୃଷ୍ଠକୁ ଆସୁଥିବା ଖୁସି ସମ୍ପର୍କରେ କୁହାଯିବା ସହ ବାଇବେଲ୍‌ ପଠନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କରାଯାଇଥିଲା କାର୍ଯ୍ୟକ୍ରମରେ ପାଦ୍ରିପିଓ ଇଂଲିଶ ମିଡିୟମର ଅଧ୍ୟକ୍ଷା ଇତିଶ୍ରୀ ପରିଚ୍ଛାଙ୍କ ନେତୃତ୍ୱରେ କରାଯାଇଥିବାବେଳେ ଧର୍ମଯାଜକ ଜୋସେଫ୍‌ ମାଇକେଲ, ଆନନ୍ଦ ପ୍ରଧାନ, ରମେଶ ପରିଚ୍ଛା, ଆକବର ବିଶୋଇ, ଶିକ୍ଷୟିତ୍ରୀଶିକ୍ଷକଙ୍କ ମଧ୍ୟରେ ତାପସ ନାୟକ, ରାଣୀ ପରିଚ୍ଛା, ତନୁହ ଶୁଭଦର୍ଶିନୀ ଦାସ, ସୁରେଖା ପ୍ରଧାନ, ସ୍ମୃତିରେଖା ଅଧିକାରୀ, ଇତିଶ୍ରୀ ମଲିକ, ରିଟିନା ପ୍ରଧାନ, ଜେର୍ମିୟସ ପ୍ରଧାନ, ରାଜନୀକାନ୍ତ ପ୍ରଧାନ, ଜୁଲି ପ୍ରଧାନ, ସିଷ୍ଟର କର୍ମେଲା, ସୋମ୍ୟରାଣୀ ପ୍ରଧାନ, ସୁରେଖା ପ୍ରଧାନ, ପ୍ରକାଶିନୀ ରଞ୍ଜିତ ପ୍ରମୁଖ ପରିଚାଳନା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share