ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରି ଚର୍ଚ୍ଚାରେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୧ା୮(ଅରୁଣ ସାହୁ): ଆଉ ମାତ୍ର କିଛିଦିନ ପରେ ଦେଶ ପାଳିବ ୭୮ ତମ ସ୍ବାଧୀନତା ଦିବସ। ଏଥିପାଇଁ ଦାରିଙ୍ଗବାଡ଼ି ଏବେଠାରୁ ଉତ୍ସବ ମୁଖର ହେବା ସହ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ପର୍ଯ୍ୟଟନକ୍ଷେତ୍ରର ସଫେଇ କରି ଅଞ୍ଚଳରେ ପ୍ରଶଂସା ସାଉଁଟିଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମଶ୍ରେଣୀ ଛାତ୍ର ଆୟୁଷ୍ମାନ ସାହୁଙ୍କ ନେତୃତ୍ୱରେ ତାଙ୍କ ସାଙ୍ଗସାଥୀ ରବିବାର ଛୁଟିଦିନ ଥିବାରୁ ସକାଳ ସମୟରେ କଫି ବଗିଚା ନିକଟରେ ପହଞ୍ଚି ସଫେଇ କରିଥିଲେ। ଏଥିସହ କଫି ବଗିଚାକୁ ଆସୁଥିବା ପର୍ଯ୍ୟଟକଙ୍କୁ ସିଙ୍ଗଲ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଛାତ୍ରୀଛାତ୍ର ସଚେତନ କରିଥିଲେ। ଏହି ସଫେଇ କାର୍ଯ୍ୟକ୍ରମରେ ଅନ୍ୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଦ୍ୟାଶ୍ରୀ ସାହୁ,ଶ୍ୟାମସୁନ୍ଦର ସାହୁ, ପୀୟୁଷ କୁମାର ଦିଗାଲ, ରାହୁଲ ସାହୁ, କ୍ରିଷ୍ଣା ସାହୁ, ଅର୍ଚ୍ଚନା ଶୋଭାସୁନ୍ଦର, ବସନ୍ତ ନାୟକ, ବିଭୂଦାସ ଗମାଙ୍ଗ, ଅଭିଭାବକ ଝରଣା ସାହୁ, ପ୍ରଭାକର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମ୍ୟାଚରେ ପଞ୍ଜାବ ବିଜୟୀ, ମାତ୍ର ୯୫ ସ୍କୋରରେ କୋଲକାତା ଅଲଆଉଟ୍‌

ଚଣ୍ଡିଗଡ଼,୧୫ା୪: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ...

ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

ଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, ୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଖାରିଗୁଡ଼ା ଗ୍ରାମ ଦଣ୍ଡନାଚ ମେରୁଯାତ୍ରାରେ ସୋମବାର କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ...

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ...

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image