ପୁରୀ ଅଫିସ,୨୦।୪: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ଦର୍ଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ତତ୍ତାବଧାନରେ ଦର୍ଜୀ କାମ ଅନୁକୂଳ ହୋଇଛି । ମହାପ୍ରସାଦ, ଶ୍ରୀଫଳ ଓ ଦୀପ ଧୂପ ଦେଇ ପାରମ୍ପରିକ ବିଧିରେ ଅନୁକୂଳ କାର୍ଯ୍ୟ ସମ୍ପନ୍ନ କରାଯିବ । ଚନ୍ଦନ ଯାତ୍ରା ପାଇଁ ଠାକୁରଙ୍କ ପାଇଁ ଲୋଡ଼ା ଶେଯ, ମାଣ୍ଡି, ବିଞ୍ଛଣା, ପାଲିଙ୍କି ଚାଳି, ଛତା, ତରାସ, ଖଣ୍ଡା, ଛୁରି ଆଦି ବହୁ ସାଜ ତିଆରି ହେବ।