ଅନ୍ଧାରରେ କରୋନା ଏନ୍ତୁଡ଼ିଶାଳ, କାର୍‌ଠାରୁ ମୋବାଇଲ ପର୍ଯ୍ୟନ୍ତ ସମସ୍ତ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା…

ବେଜିଂ,୨୯।୯: ଚାଇନାରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍‌ ସଙ୍କଟ ଯୋଗୁ ଏବେ ଅନ୍ତର୍ଜାତୀୟସ୍ତରରେ ବହୁ ଶିଳ୍ପ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଦ୍ୟୁତ୍‌ ଉତ୍ପାଦନ ଏବଂ ଚାହିଦା ମଧ୍ୟରେ ବୃଦ୍ଧି ପାଉଥିବା ଅନ୍ତା ଯୋଗୁ କରୋନାର ଏନ୍ତୁଡ଼ିଶାଳ ଅନ୍ଧାରରେ ରହିଛି। ଦେଶର କେତେକ ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଯୋଗ ବାଧା ପ୍ରାପ୍ତ ହୋଇଛି।

ତେବେ ଏହାର ପ୍ରଭାବ କାର୍‌ଠାରୁ ଆରମ୍ଭ କରି ମୋବାଇଲ ପର୍ଯ୍ୟନ୍ତ ସମସ୍ତ ଉତ୍ପାଦନ ଉପରେ ପଡ଼ିବାରେ ଲାଗିଛି।

ଚାଇନାରେ କୋଇଲା ଯୋଗାଣ ବାଧାପ୍ରାପ୍ତ ହେବାରୁ ଆବଶ୍ୟକ ଅନୁସାରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ଭବ ହୋଇ ପାରୁନାହିଁ। ଦେଶର କେତେକ ବନ୍ଦର ବନ୍ଦ ରହିଥିବାରୁ ପାଓ୍ବାର ପ୍ଲାଣ୍ଟକୁ କୋଇଲା ଯୋଗାଣରେ ବାଧା ସୃଷ୍ଟି ହୋଇଛି। ଏହାର ସମାଧାନ ଶୀଘ୍ର ନ ହେଲେ ଚାଇନାର ଜିଡ଼ିପି ହାର କମିବାରେ ଲାଗିବାର ଆଶଙ୍କା ଦେଖାଦେଇଛି।

Share