ଡରକୁଳୀ ସାନ୍ୟା

‘ଦଙ୍ଗଲ’ ଫେମ୍‌ ସାନ୍ୟା ମଲହୋତ୍ରା ଗୋଟିଏ ଜିନିଷ ଦେଖିବା ମାତ୍ରେ ତାଙ୍କ ମନରେ ଛନକା ପଶିଯାଏ। ତାହା କ’ଣ ଜାଣନ୍ତି ? ନିଜ ଛାଇ। କେବଳ ନିଜ ଛାଇ ନୁହେଁ, ବେଳେବେଳେ ଅନ୍ୟ କାହାର ଛାଇ ଦେଖିଲେ ବି ସେ ଚମକି ପଡନ୍ତି। ଏକଦା ଶୁଟିଂ ସେଟ୍‌ରେ ଏ ନେଇ ତାଙ୍କୁ ହଇରାଣ ହେବାକୁ ପଡିଥିଲା। କଥା କ’ଣ କି, ଲେଟ୍‌ ନାଇଟ୍‌ରେ ଏକ ଶଟ୍‌ ନିଆଯାଉଥାଏ। ଶଟ୍‌ ଦେବାକୁ ଯିବା ସମୟରେ ସେ ଟିକେ ପଛକୁ ଚାହିଁଦେଲେ। ବାସ୍‌, ତା’ପରେ ତାଙ୍କ ଅବସ୍ଥା ନ କହିବା ଭଲ। ହସି ହସି ଯାଉଥିବା ସାନ୍ୟା ହଠାତ୍‌ ଚିତ୍କାର କରି ଉଠିଲେ। କ’ଣ ହେଲା ବୋଲି ଜାଣିବାକୁ ୟୁନିଟର ସମସ୍ତ ସଦସ୍ୟ ସେଠାରେ ପହଞ୍ଚତ୍ଗଲେ। ଆଉ ଯେତେବେଳେ ଜାଣିଲେ ଯେ ସେ ନିଜ ଛାଇକୁ ଦେଖି ଡରିଗଲେ, ସେତେବେଳେ ସେଠାରେ ଏକ ହାସ୍ୟ ପରିବେଶ ସୃଷ୍ଟି ହୋଇଥିଲା। ଏ ନେଇ ସାନ୍ୟା କହନ୍ତି, ‘ସେଦିନ ମୁଁ ଶଟ୍‌ ଦେବାକୁ ଯିବା ସମୟରେ ପଛକୁ ଚାହିଁଦେଲି। ଆଉ ତା’ପରେ ମୋ ମନରେ ଏଭଳି ଭୟ ସୃଷ୍ଟି ହେଲା ଯେ ମୁଁ ଜୋର୍‌ରେ ଚିତ୍କାର କରିଉଠିଲି। ଏଥିପାଇଁ କିଛି ସମୟ ଶୁଟିଂ ବନ୍ଦ ରହିଥିଲା। ମୁଁ ସାଧାରଣ ଅବସ୍ଥାକୁ ଆସିବା ପରେ ଶଟ୍‌ ଦେଇଥିଲି।’ ସାନ୍ୟାଙ୍କ ଅଭିନୀତ ଆଗାମୀ ଫିଲ୍ମଟି ହେଉଛି ‘ଜଓ୍ବାନ’, ଯାହାର ଟାଇଟଲ ଭୂମିକାରେ ଶାହରୁଖ ଖଁା ଅଭିନୟ କରିଛନ୍ତି।

Share