ଦର୍ପଦଳନ ରଥ ଖୋଲା କାର୍ଯ୍ୟ ଆରମ୍ଭ

ପୁରୀ ଅଫିସ, ୨୪।୭: ଶ୍ରୀମନ୍ଦିରରେ ରଥ ଖୋଲା କାର୍ଯ୍ୟ ରବିବାର ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ବିଶ୍ୱକର୍ମା ମହାରଣାଙ୍କ ତତ୍ତ୍ବାବଧାନରେ ଭୋଇ ସେବକମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଖୋଲିବା କାର୍ଯ୍ୟ ଆରମ୍ଭ କରିଛନ୍ତିି। ପରେ ତାଳଧ୍ୱଜ ଓ ନନ୍ଦିଘୋଷ ରଥର ଖୋଲିବା କାର୍ଯ୍ୟ ହେବ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।