୯ଟାରୁ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ମା’ ସମଲେଶ୍ୱରୀଙ୍କ ଦର୍ଶନ

ସମ୍ବଲପୁର,୨୭ା୧(ବି.ଶଙ୍କର): ବହୁ ପ୍ରତିକ୍ଷିତ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପର ଶନିବାର ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଉନ୍ମୋଚନ କରିବେ। ଏନେଇ ସକାଳ ୯ଟାରୁ ହୋମ ଯଜ୍ଞ ଆରମ୍ଭ ହେବା ସହ ମା’ଙ୍କୁ ଅରାଧନା କରାଯିବ। ଫଳରେ ୯ଟାରୁ ୨ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି।

ଲୋକାର୍ପଣ ପରିପ୍ରେକ୍ଷୀରେ ଚାରି ଦ୍ୱାର ଓ ମନ୍ଦିର ସମ୍ମୁଖରେ ହୋମ ଯଜ୍ଞ ଓ ଚଣ୍ଡୀପାଠ କିଛି ସମୟ ମଧ୍ୟରେ ଆରମ୍ଭ ହୋଇଯିବ। ପଣ୍ଡିତ ମହେନ୍ଦ୍ର ପୂଜାହାରୀଙ୍କ ନେତୃତ୍ୱରେ ୩୦ଜଣ ପଣ୍ଡିତ ଏହି ପୂଜାକାର୍ଯ୍ୟ ସମ୍ପାଦନ କରିବେ। ସନ୍ଧ୍ୟାରେ ମହାନଦୀ ଆଳତି ହେବ। ଏଥିରେ ସମ୍ବଲପୁର ଓ ଛତିଶଗଡ଼ ଚନ୍ଦ୍ରହାସୀନି ପୀଠର ୧୪ଜଣ ପଣ୍ଡିତ ମହାନଦୀ ଆଳତିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

Share