ପୁରୀ, ୫ା୮(ଅଜିତ୍ କୁମାର ମହାନ୍ତି):ଶ୍ରାବଣ ଶୁକ୍ଳପକ୍ଷ ପ୍ରତିପ୍ରଦା ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ କରିବେ। ଦାରୁଦିଅଁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରୁ ଖସାପଡ଼ା ନୀତି ଅନ୍ୟତମ। ତେଣୁ ଏହି ନୀତି ନିମନ୍ତେ ସୋମବାର ଅପରାହ୍ନ ୫ଟାରୁ ରାତିି ୯ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ରବିବାର ଶ୍ରୀମନ୍ଦିର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ସମ୍ପନ୍ନ ହେବା ପରେ ମଇଲମ ନୀତି ଅନୁଷ୍ଠିତ ହେବ। ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଶ୍ରୀଦେବୀ, ଭୂଦେବୀ ଖଟଶେଯ ଘରକୁ ବିଜେ କରିବେ। ପରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ନିମନ୍ତେ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରିବେ। ଏହା ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ନୀତି ଶେଷ କରି ଦଇତାପତିମାନେ ଶ୍ରୀମନ୍ଦିରରୁ ବାହାରିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ବଢ଼ିବ। ପରେ ମହାପ୍ରଭୁଙ୍କ ମଇଲମ ବେଶ ଓ ସନ୍ଧ୍ୟା ଆଳତି ବଢ଼ି ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ଖସାପଡ଼ା ନୀତି ପାଇଁ ରବିବାର ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଥିବାବେଳେ ଶୁଦ୍ଧସୁଆର ଖଳି, କଇଁଥ ଅଠା ଯୋଗାଇଛନ୍ତି।
Posted inHome, Home Left, ଆମ ଜିଲା ଖବର, ପୁରୀ View All

କ’ଣ ଅଫିସରେ କଫି ମେସିନରୁ ପିଉଛନ୍ତି କି କଫି? ସାବଧାନ ହୋଇପାରେ ମାରାତ୍ମକ ରୋଗ
ଆମ ମଧ୍ୟରୁ ଅଧିକାଂଶ ଲୋକ ଅଫିସ କଫି ମେସିନ ସହିତ ନିଜର ଦିନ ଆରମ୍ଭ କରନ୍ତି। ସକାଳର ବୈଠକ ପୂର୍ବରୁ ହେଉ କିମ୍ବା ଅପରାହ୍ନରେ, ଅଧିକାଂଶ...

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ଟଳିପଡ଼ିଲେ ୩ ଆତଙ୍କବାଦୀ
ଶ୍ରୀନଗର,୧୨।୪: ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲାର ଛାତରୁ ଅଞ୍ଚଳରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏପର୍ଯ୍ୟନ୍ତ ସୁରକ୍ଷା ବାହିନୀର ଏକ ସର୍ଚ୍ଚ ଆଣ୍ଡ ଡିସ୍ଟ୍ରୋଞ୍ଜ ଅପରେଶନ...

ଦଣ୍ଡନାଚ ଚାଲିଥିବାବେଳେ ଟ୍ରାନ୍ସଜେଣ୍ଡରଙ୍କ ସନ୍ଦେହଜନକ ମୃତ୍ୟୁ: ତଦନ୍ତ ଆରମ୍ଭ
ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମର କୁଲୁ ବିଷୋୟୀଙ୍କ ଘରୁ ଶନିବାର ସକାଳେ ସନ୍ଦେହଜନକ ଅବସ୍ଥାରେ ଜଣେ ଟ୍ରାନ୍ସଜେଣ୍ଡରଙ୍କ ମୃତଦେହ...

ଲଗାତର ୫ ମ୍ୟାଚ୍ ହାରି ବି ପ୍ଲେ-ଅଫ୍ରେ ପହଞ୍ଚିପାରିବ CSK: ଜାଣନ୍ତୁ କ’ଣ ଅଛି ସମୀକରଣ
ଚେନ୍ନାଇ,୧୨।୪: ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ IPL 2025ର ୨୫ତମ ମ୍ୟାଚ୍ରେ ପରାଜୟର ସାମ୍ନା କରିବାକୁ ପଡିଛି। ଏହା କୋଲକାତା ନାଇଟ...

ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର
ଝାରସୁଗୁଡ଼ା,୧୨ା୪: ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର ହୋଇଛି। ଏହି ଦୁଇ ଅଭିଯୁକ୍ତ ହେଲେ ଶେଖ୍ ଆସିଫ୍ ଏବଂ ଅଭିଷେକ ବାରିକ୍। ଉଭୟଙ୍କୁ ବେଲପାହାଡ଼- ଝାରସୁଗୁଡ଼ା ରାସ୍ତାରେ...

ରାସ୍ତାକଡ଼ ପାଉଁଶ ଗୁଣ୍ଡ ନେଲା ଶିଶୁର ଜୀବନ: ଖସିଯିବାକୁ ରାଇସ ମିଲ ମାଲିକଙ୍କ ଉଦ୍ୟମ
ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାସ୍ତାପାଶର୍ବରେ ପଡିଥିବା ରାଇସ ମିଲରୁ ନିଷ୍କାସିତ...

ପ୍ରସ୍ତାବିତ ୪୦ ସମବାୟ ସମିତି ଖୋଲାଯାଇ କାର୍ଯ୍ୟକ୍ଷମ ଦାବି
ନୂଆପଡ଼ା,୧୨ା୪ (ମକାରୁ ବେମାଲ):ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଥିବାବେଳେ ନୂଆପଡ଼ା ଜିଲାର ବରିଷ୍ଠ ଭାଜପା...

ବିନା ଲାଇସେନ୍ସରେ ବେଆଇନ ମହୁଲ ଫୁଲ ସଂଗ୍ରହ: ପିକ୍ଅପ୍ ଜବତ, ଜଣେ ଗିରଫ
ଦେବଗଡ଼,୧୨ା୪(ଶଶାଙ୍କ ଶେଖର ଝାଙ୍କର): ବିନା ଲାଇସେନ୍ସରେ ବେଆଇନ ମହୁଲ ସଂଗ୍ରହ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୪ କ୍ୱିଣ୍ଟାଲ ମହୁଲ ଜବତ କରାଯିବା...