Advertisement

ଶରଧାବାଲିରେ ଦାରୁଦିଅଁ

ପୁରୀ,୨୧ା୬(ଅଜିତ୍‌ ମହାନ୍ତି): ବିଶ୍ୱନିୟନ୍ତା କାଳିଆଠାକୁର ଭଉଣୀ ଦେବୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଙ୍ଗରେ ଧରି ମଙ୍ଗଳବାର ଜନ୍ମବେଦି ଅଭିମୁଖେ ବାହାରିଥିଲେ। କାଲି ଅପରାହ୍ନ ୩ଟା ୪ ମିନିଟ୍‌ରୁ ରଥଟଣା ଆରମ୍ଭ ହୋଇଥିଲେ ହେଁ ଶରଧାବାଲିରେ ପହଞ୍ଚି ପାରି ନ ଥିଲା ପ୍ରଭୁ ବଡ଼ ଠାକୁର ଆଉ ଦେବୀ ସୁଭଦ୍ରାଙ୍କ ରଥ। ଏହା ବୁଧବାର ଶେଷ ହୋଇଛି।

ଏବେ ଶରଧାବାଲିରେ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ପହଞ୍ଚିଯାଇଛି। କାଲି ଶରଧାବାଲିରେ ତାଳଧ୍ୱଜ ରଥ ପହଞ୍ଚିଥିଲା। ଆସନ୍ତାକାଲି ଆଡ଼ପମଣ୍ଡପକୁ ଦାରୁଦିଅଁ ବିଜେ କରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share