ଡମ୍ପିଂୟାର୍ଡକୁ ନେଇ ରାସ୍ତାରେ ବସିଲେ ଦାରୁଠେଙ୍ଗ ଗ୍ରାମବାସୀ

ବାରଙ୍ଗ,୨୬ା୧(ଡି.ଏନ୍‌.ଏ.): ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ନେଇ ପୁଣି ବିବାଦ ଦେଖାଦେଇଛି। ଦାରୁଠେଙ୍ଗ ଗ୍ରାମବାସୀ ଗୁରୁବାର ସକାଳୁ ଚନ୍ଦକା-ପିତାପଲ୍ଲୀ ରାସ୍ତାକୁ ଅବରୋଧ କରିବା ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଗୁରୁବାର ସମୟରେ ବିଏମ୍‌ସି ପକ୍ଷରୁ ଭୁଆଷୁଣି ଡମ୍ପିଂୟାର୍ଡରେ ଟ୍ରଟିମେଣ୍ଟ ପ୍ଲାଣ୍ଟ ପାଇଁ ୫ଟି ଗାଡ଼ିରେ ମେଶିନ ଆସି ପହଞ୍ଚିବା ପରେ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ଗ୍ରାମବାସୀଙ୍କ କହିବା କଥା ହେଲା ଭୁଆଷୁଣିରେ ଆଉ ଅଳିଆ ପଡ଼ିବନାହିଁ। ତା’ ପରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ଟ୍ରଟିମେଣ୍ଟ ପ୍ଲାଣ୍ଟ କରାଯାଉ। ଗ୍ରାମବାସୀଙ୍କ ସହ କୌଣସି ଆଲେଚନା ନ କରି ବିଏମସି ପକ୍ଷରୁ ଏଭଳି ଉଦ୍ୟମ କରାଯାଉଥିବାରୁ ବିରୋଧ କରାଯାଉଛି ବୋଲି ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀ ଟ୍ରଟିମେଣ୍ଟ ପ୍ଲାଣ୍ଟ ପାଇଁ ମେଶିନ ନେଇ ଆସିଥିବା ୩ଟି ଗାଡ଼ିକୁ ଅଟକ ରଖିବା ସହ ଦାରୁଠେଙ୍ଗ ଗାଁ ମୁଣ୍ଡରେ ରାସ୍ତା ଅବରୋଧ କରିବାରୁ ଉଭୟପାର୍ଶ୍ୱରେ ଗାଡ଼ିମୋଟର ଅଟକିି ରହିଛି। ଖବରପାଇ ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟେକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରୁଥିବାର ଦେଖିବାକୁ ମିଳିଛି।

Share