ମସ୍କୋରେ ବିସ୍ଫୋରଣ: ପୁଟିନ୍‌ ସହଯୋଗୀଙ୍କ ଝିଅ ନିହତ

ମସ୍କୋ, ୨୧ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହଯୋଗୀ ଆଲେକ୍‌ଜାଣ୍ଡର ଡଗିନ୍‌ଙ୍କ ଝିଅ ଏକ କାର୍‌ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ୨୯ ବର୍ଷୀୟା ଡାରିଆ ଡଗିନା ଏକ ଏସ୍‌ୟୁଭି କାର୍‌ ଚଳାଉଥିବା ବେଳେ ସେଥିରେ ବୋମା ଖଞ୍ଜାଯାଇଥିବା କୁହାଯାଉଛି। ମସ୍କୋଠାରୁ ୪୦ କି.ମି. ଦୂର ବୋଲ୍‌ଶି ଭିଜୋମି ନିକଟ ରାଜପଥରେ ତାଙ୍କ କାର୍‌ଟି ବିସ୍ଫୋରଣ ହୋଇଥିବା ରୁଷିଆର ଇନ୍‌ଭେଷ୍ଟିଗେଟ୍‌ ଟିମ୍‌ ପକ୍ଷରୁ କୁହାଯାଇଛି। ଏପରିକି ଘଟଣାସ୍ଥଳରେ ମୃତ୍ୟୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ୟୁନାଇଟେଡ୍‌ ଓ୍ବାଲର୍‌ଡ ଇଣ୍ଟରନ୍ୟାଶନାଲ ଓ୍ବେବ୍‌ସାଇଟ୍‌ର ସେ ମୁଖ୍ୟ ସମ୍ପାଦକ ହୋଇଥିବା ବେଳେ ଆମେରିକା ଗତ ମାର୍ଚ୍ଚରେ ତାଙ୍କ ଉପରେ କଟକଣା ଲଗାଇଥିଲା। ଏଥିପାଇଁ ଡୋନେସ୍କ ପିପୁଲ୍ସ ରିପବ୍ଲିକ୍‌ର ବିଚ୍ଛିନ୍ନତାବାଦୀ ନେତା ଡେନିସ୍‌ ପୁଶିିଲିନ୍‌ ୟୁକ୍ରେନ୍‌କୁ ଦାୟୀ କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପ ରୁଷିଆ କରିପାରିବ, ୟୁକ୍ରେନ୍‌ ନୁହେଁ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ମାଇଖାଇଲୋ ପୋଡୋଲାକ୍‌ ପ୍ରକାଶ କରିଛନ୍ତି।

Share