ଭୁବନେଶ୍ୱର,୫।୧୦(ବ୍ୟୁରୋ): ମା’ ଦୁର୍ଗାଙ୍କ ଆଜି ଦଶମୀ ପୂଜା। ଭାଇଚାରାର ସହର କଟକ ସମେତ ରାଜଧାନୀର ସମସ୍ତ ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ବର୍ଷା ସତ୍ତ୍ୱେ ମା’ଙ୍କୁ ଦର୍ଶନ ଲାଗି ସକାଳରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି। ବଡ଼ବଡ଼ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ବେଶ ସୁନ୍ଦର ଦେଖାଯାଉଛି।
ବିଜୟାଙ୍ଦଶମୀ ଉପଲକ୍ଷେ ଆଜି ମା’ଙ୍କ ନିକଟରେ ସିନ୍ଦୂର ଖେଳ ହୁଏ । ସଧବା ମହିଳାମାନେ ସିନ୍ଦୂର ଲଗାଇ ମା’ଙ୍କୁ ମେଲାଣି ଦେଇଥାନ୍ତି । କୁହାଯାଏ ସିନ୍ଦୂର ଲଗାଇ ମା’ଙ୍କ ଆଶିଷ ଭିକ୍ଷା କଲେ ଜଣେ ନାରୀ ସଦାସର୍ବଦା ସଧବା ରହିଥାଏ । ଅନ୍ୟପକ୍ଷେ ଆଜି ଅନେକ ସ୍ଥାନରେ ରାବଣପୋଡି ଉତ୍ସବ ପାଳନ ହେବ । ଅସତ୍ୟ ଉପରେ ସତ୍ୟର ଜୟ, ଅଧର୍ମ ଉପରେ ଧର୍ମର ଜୟ ସ୍ବରୂପ ରାବଣପୋଡି ପାଳନ କରାଯାଏ । କିନ୍ତୁ ଲଘୁଚାପ ବର୍ଷାରେ ପୂଜା ମାହୋଲ ସାମାନ୍ୟ ଫିକା ପଡିଥିବା ଦେଖିବାକୁ ମିଳିଛି ।