ଦଶାହ କାର୍ଯ୍ୟକୁ ଆସି ଭାସିଗଲେ ନଦୀରେ

ଚିତ୍ରକୋଣ୍ଡା,୬ା୩: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ସିଲେରୁ ନଦୀରେ ଭାସିଯାଇ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଶୈଳ ଠାକୁର। ଶୁକ୍ରବାର କଳାହାଣ୍ଡି ସାହିର ଜଣେ ପଡ଼ୋଶୀଙ୍କ ଦଶାହ କାର୍ଯ୍ୟରେ ଯୋଗଦେଇ ଶୈଳ ସିଲେରୁ ନଦୀର ଦୋରାଗୁଡ଼ା ଘାଟକୁ ଯାଇଥିଲେ। ଗାଧୋଇବା ଲାଗି ସେ ପାଣି ଭିତରକୁ ଯାଇଥିଲେ। ହେଲେ ସେ ଗଭୀରକୁ ଚାଳିଯାଇ ପାଣିରେ ବୁଡ଼ି ଯାଇଥିଲେ। ପରିବାର ସହ ସ୍ଥାନୀୟ ପଡ଼ୋଶୀ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଖବରପାଇ ଚିତ୍ରକୋଣ୍ଡା ପୋଲିସ ଅଗ୍ନିଶମ ବିଭାଗକୁ ଜଣାଇଥିଲା। ଅଗ୍ନିଶମ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Share