Categories: ଜାତୀୟ

ଦଶହରା ହେଉଛି ସଙ୍କଟ ଉପରେ ବିଜୟର ପର୍ବ: ମୋଦି

ନୂଆଦିଲ୍ଲୀ, ୨୫।୧୦: ଦଶହରା ହେଉଛି ସଙ୍କଟ ଉପରେ ବିଜୟର ପର୍ବ। ଅସତ୍ୟ ଉପରେ ସତ୍ୟର ବିଜୟ ନେଇ ଏହା ଶିକ୍ଷା ଦେଇଥାଏ। ପାର୍ବଣରେ ଲୋକେ ସ୍ବଦେଶୀ ସାମଗ୍ରୀ କିଣିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୭୦ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଏହାଦ୍ୱାରା ଆତ୍ମ ନିର୍ଭର ଭାରତ ଗଠନ ଲକ୍ଷ୍ୟ ପୂରଣ ହୋଇ ପାରିବ ବୋଲି ସେ କହିଛନ୍ତି। ଦଶହରାର ପବିତ୍ର ଅବସରରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୋଦି ସୀମାରେ ମୁତୟନ ଥିବା ଯବାନଙ୍କୁ ଶୁଭକାମନା ଜଣାଇଛନ୍ତି। ସମାନେ ଦେଶର ସୀମାରେ ରହିଥିଲେ ମଧ୍ୟ ସାରା ଦେଶ ସେମାନଙ୍କ ସହିତ ଥିବା ନେଇ ମୋଦି କହିଛନ୍ତି। ଚଳିତ ବର୍ଷ ଦୀପାବଳିରେ ସୀମାରେ ମୁତୟନ ଥିବା ଯବାନଙ୍କ ନାମରେ ଗୋଟିଏ ଦୀପ ଜଳାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ପାର୍ବଣରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାମାଜିକ ଦୂରତାକୁ ପାଳନ କରିବା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି।

Share