Advertisement

ଦଶମନ୍ତପୁର ଥାନା ଆଇଆଇସି ନିଲମ୍ବିତ

କୋରାପୁଟ,୪।୮: କୋରାପୁଟ ଜିଲା ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ଏକ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଯୋଗୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ତାଙ୍କୁ ନିଲମ୍ବନ କରିଛନ୍ତି।
ଚନ୍ଦ୍ରଭାନୁ ମହାନ୍ତି ଗତ ମାସ ଜୁଲାଇ ୨୮ ତାରିଖରେ ଗିରଫ ହୋଇଥିବା ବେଳେ ଏହି ନିଲମ୍ବନ ଆଦେଶ ସେହିଦିନ ଠାରୁ କାର୍ଯ୍ୟକାରୀ ହେବ ବୋଲି ଡିଜିପି ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।
ଏକ ମାମଲାରେ ଜଣେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଚନ୍ଦ୍ରଭାନୁ ମହାନ୍ତି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ତାଙ୍କ ସହିତ ଦଶମନ୍ତପୁର ଥାନା ଏଏସଆଇ ଦୀପ୍ତି ହୀରା ମଧ୍ୟ ଗିରଫ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel