Categories: ଜାତୀୟ

ତଥ୍ୟ ସଂଗ୍ରହ କଲା ଆଦିତ୍ୟ-ଏଲ୍‌୧

ବେଙ୍ଗାଲୁରୁ,୧୯ା୯: ଭାରତର ପ୍ରଥମ ସୌର ଅଭିଯାନରେ ଯାଇଥିବା ମହାକାଶ ଯାନ ଆଦିତ୍ୟ-ଏଲ୍‌୧ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଇଛି। ଏହା ପୃଥିବୀ ଚତୁଃପାର୍ଶ୍ୱରେ ଥିବା କଣିକାଗୁଡ଼ିକର ଗୁଣ ସମ୍ପର୍କରେ ଅନୁଶୀଳନ କରିବାରେ ବୈଜ୍ଞାନିକମାନଙ୍କୁ ସହାୟକ ହେବ ବୋଲି ଇସ୍ରୋ କହିଛି। ଆଦିତ୍ୟ-ଏଲ୍‌୧ରେ ଲାଗିଥିବା ଉପକରଣର ସେନ୍‌ସର ପୃଥିବୀଠାରୁ ୫୦ ହଜାର କିଲୋମିଟର ଦୂରରେ ଥିବା ସୁପ୍ରା-ଥର୍ମାଲ ଏବଂ ଶକ୍ତିଯୁକ୍ତ ଆୟନ ଓ ଇଲେକ୍ଟ୍ରୋନ୍‌ଗୁଡ଼ିକୁ ମାପିବା ଆରମ୍ଭ କରିଛି। ଏଲ୍‌୧ ନିକଟରେ ମହାକାଶ ଯାନ ପହଞ୍ଚତ୍ବା ପରେ ସେଠାରୁ ଯେଉଁ ତଥ୍ୟ ସଂଗ୍ରହ କରିବ, ତାହା ସୌର ବାୟୁ ଏବଂ ମହାକାଶ ଜଳବାୟୁର ମୂଳ, ଏହାର ବେଗ ବୃଦ୍ଧି ସମ୍ପର୍କରେ ଆଲୋକପାତ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଅହମଦାବାଦର ସ୍ପେସ୍‌ ଆପ୍ଲିକେଶନ ସେଣ୍ଟର ସହଯୋଗରେ ଫିଜିକାଲ ରିସର୍ଚ୍ଚ ଲାବରେଟୋରି ଉକ୍ତ ଉପକରଣର ବିକାଶ କରିଛି। ସେପ୍ଟେମ୍ବର ୨ରେ ଆଦିତ୍ୟ-ଏଲ୍‌୧ ଲଞ୍ଚ୍‌ ହୋଇଥିଲା। ସୂର୍ଯ୍ୟଙ୍କ ସମ୍ପର୍କରେ ଅଧ୍ୟୟନ ଲାଗି ଏଥିରେ ୭ଟି ଭିନ୍ନ ଭିନ୍ନ ପେଲୋଡ୍‌ ରହିଛି।

Share