Advertisement

ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ସଂରକ୍ଷଣ ଓ ନିୟମିତ ମାମଲା: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୭ା୧୧ (କାର୍ତ୍ତିକ ସାହୁ): କମ୍ପ୍ୟୁଟର ପ୍ରୋଗ୍ରାମର ବା ଡାଟା ଏଣ୍ଟ୍ରି ଅପରେଟରଙ୍କ ଲାଗି ୩୦% ସଂରକ୍ଷଣ ଓ ଚାକିରି ନିୟମିତ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତିି। ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ରାୟ ପ୍ରଦାନ କରି ଆବେଦନକାରୀ ଏକ ପଞ୍ଜିକୃତ ସଂଘ ନୁହଁ, ତେଣୁ ପିଟିଶନ ଦାଖଲ କରିବା ନ୍ୟାୟିକ ଅଧିକାର ନାହିଁ ବୋଲି ମତ ଦେଇଛନ୍ତି। କୌଣସି ବ୍ୟକ୍ତି କ୍ଷତିଗ୍ରସ୍ତ ହୋଇଥିଲେ ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇପାରିବେ ବୋଲି ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି। ମାମଲାର ବିବରଣୀ ଅନୁସାରେ, ରାଜ୍ୟର ୩୧୪ ବ୍ଲକରେ ଡାଟା ଏଣ୍ଟ୍ରି ଅପରେଟର କାର୍ଯ୍ୟ କରୁଛନ୍ତି। ସେଥିମଧ୍ୟରୁ ୭୦%ରୁ ଅଧିକ କର୍ମଚାରୀ ସିଧାସଳଖ ନିୟୋଜିତ ହେଉଥିବାବେଳେ ୩୦%ରୁ ଅଧିକ କର୍ମଚାରୀ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାମ ପାଇବା ଚାକିରି ନିୟମରେ ରହିଛି। ଉକ୍ତ ନିୟମ ପରିବର୍ତ୍ତନ କରିବା ସହ ସେଥିମଧ୍ୟରୁ ୩୦% କର୍ମଚାରୀଙ୍କ ଲାଗି ସଂରକ୍ଷଣ ରଖିବା ଏବଂ ଅତିରିକ୍ତ କମ୍ପ୍ୟୁଟର ପ୍ରୋଗ୍ରାମରଙ୍କ ଚାକିରି ନିୟମିତ କରିବା ଦାବି ନେଇ ଅଲ୍‌ ଓଡ଼ିଶା ଆଡିଶନାଲ କମ୍ପ୍ୟୁଟର ପ୍ରୋଗ୍ରାମର୍ସ ଆସୋସିଏଶନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share