ତଥ୍ୟ ବିହୀନ

କୌଣସି ଦେଶ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ କେତେ ଉନ୍ନତ ତାହା ବିଭିନ୍ନ ତଥ୍ୟଭିତ୍ତିକ ପରିସଂଖ୍ୟାନରୁ ଜଣାପଡ଼େ। ସେଥିପାଇଁ ସମୟାନୁସାରେ ଉତ୍ତମ ମାନର ତଥ୍ୟ ସଂଗ୍ରହ କରି ସେଗୁଡ଼ିକୁ ଉପସ୍ଥାପନ କରାଯାଇ ଦେଶର ସ୍ଥିତି ସାଧାରଣରେ ସ୍ପଷ୍ଟ କରାଯାଇଥାଏ। ସରକାରଙ୍କ ଦ୍ୱାରା ସଂଗୃହୀତ ତଥ୍ୟ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବିଭିନ୍ନ ନୀତି ପ୍ରଣୟନ କରିବାରେ ମଧ୍ୟ ମୁଖ୍ୟ ଭୂମିକା ନିଏ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଇକୋନୋମିକ ଆଡ୍‌ଭାଇଜରି କାଉନସିଲ(ଇଏସି-ପିଏମ୍‌)ର ଜଣେ ସଦସ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ସର୍ଭେଗୁଡ଼ିକ ତ୍ରୁଟିପୂର୍ଣ୍ଣ ସାମ୍ପଲିଂ ଆଧାରରେ ହେଉଥିବା କହିଛନ୍ତି, ଯାହା ଜାତୀୟ ସର୍ଭେଗୁଡ଼ିକର ତଥ୍ୟର ମାନ ଉପରେ ପ୍ରଶ୍ନ ଉଠାଇଛି। ମୁଖ୍ୟତଃ ନ୍ୟାଶନାଲ ସାମ୍ପଲ ସର୍ଭେ, ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ ଏବଂ ପିରିୟଡିକ୍‌ ଲେବର ଫୋର୍ସ ସର୍ଭେଗୁଡ଼ିକ ତ୍ରୁଟିପୂର୍ଣ୍ଣ ସାମ୍ପଲିଂରେ ହେଉଥିବା ସେ ଜଣାଇଛନ୍ତି। ଇଏସି-ପିଏମ୍‌ର ଜଣେ ସଦସ୍ୟ ସତ୍ୟକୁ ବାହାରକୁ ଆଣିବା ପରେ ଜଣାପଡ଼ୁଛି ଯେ ସରକାର ତଥ୍ୟଗତ ସମସ୍ୟା ସୁଧାରିବାରେ ପଦକ୍ଷେପ ନେଇନାହାନ୍ତି କିମ୍ବା ତ୍ରୁଟପୂର୍ଣ୍ଣ ଆଧାରରେ ବାସ୍ତବତାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଅତୀତକୁ ଲକ୍ଷ୍ୟକଲେ ଜଣାଯାଏ ଯେ, ବିଭିନ୍ନ ସମୟରେ ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଇଥିବା ସର୍ଭେରେ ଭାରତର ସ୍ଥିତିକୁ ସରକାର ଅସ୍ବୀକାର କରିଛନ୍ତି। ଏମିତିକି ନୀତି ଆୟୋଗ ସାମ୍ନାକୁ ଆସି ଏହା ଅସତ୍ୟ ବୋଲି କହିଛନ୍ତି। ଉଦାହରଣ ସ୍ବରୂପ ଭାରତର ସରକାରୀ ସଂସ୍ଥା ନ୍ୟାଶନାଲ ସାମ୍ପଲ ସର୍ଭେ(ଏନ୍‌ଏସ୍‌ଏସ୍‌) ରିପୋର୍ଟ ବେରୋଜଗାର ରେକର୍ଡ ସ୍ତର ୬% ଜଣାଇବା ପରେ ତାହାକୁ ନୀତି ଆୟୋଗ ଅଗ୍ରାହ୍ୟ କରିଥିଲେ। କିନ୍ତୁ ଏନ୍‌ଏସ୍‌ଏସ୍‌ର ମୂଳ ରିପୋର୍ଟ ନିଶ୍ଚିତ ଭାବେ ବିଶ୍ୱାସଯୋଗ୍ୟ ବୋଲି କୁହାଯିବ। ତାହା ରାଜନୈତିକ କାହାଣୀକୁ ଅସୁବିଧା କରିପାରେ ବୋଲି ହୁଏତ ନୀତି ଆୟୋଗ ଅଯଥାରେ ଖଣ୍ଡନ କରିବାକୁ ଆଗେଇ ଆସିଲା। ଏହା କେବଳ ସରକାରଙ୍କୁ ଲଜ୍ଜିତ ହେବାରୁ ବଞ୍ଚାଇବାର ଏକ ଦୁର୍ବଳ ଉଦ୍ୟମ।
ବିମୁଦ୍ରୀକରଣ, ମେକ୍‌ ଇନ୍‌ ଇଣ୍ଡିଆ, ଆମତ୍ନିର୍ଭର ଭାରତ ମାଧ୍ୟମରେ କୃଷି, ମାନୁଫାକଚରିଂ ସେକ୍ଟରର ଅଭିବୃଦ୍ଧି କେତେ ଘଟିଛି ତାହା ସମସ୍ତେ ଅଙ୍ଗେ ନିଭାଉଥିବେ। ଲେବର ଫୋର୍ସ ବା ଶ୍ରମଶକ୍ତି ଉପରେ ସର୍ଭେକୁ ଦେଖିଲେ ଏସିଆରେ ଏହା ସବୁଠୁ ନିମ୍ନରେ ଅଛି। କିନ୍ତୁ ଏହାକୁ କେତେକ ରାଜ୍ୟର ନିର୍ବାଚନ ପରେ ପ୍ରକାଶ କରାଯାଇଥିଲା ଓ ପରେ ତଥ୍ୟର ସତ୍ୟତାକୁ ସରକାର ସ୍ବୀକାର କରିଥିଲେ। ତଥ୍ୟର ମାନରେ ଉନ୍ନତି ଆଣିବା ପାଇଁ ପରିସଂଖ୍ୟାନ ମନ୍ତ୍ରଣାଳୟ ଏକ ୨୮ ଜଣିଆ ଷ୍ଟାଣ୍ଡିଂ କମିଟି ଅନ୍‌ ଷ୍ଟାଟିଷ୍ଟିକ୍ସ ଗଠନ କରିଥିଲେ ମଧ୍ୟ ଏହି କମିଟି ଭୂମିକା ଏ ଯାବତ ସ୍ପଷ୍ଟ କରାଯାଇ ନାହିଁ। ନିକଟରେ ଭାରତର ବାସ୍ତବ ଦାରିଦ୍ର୍ୟ ହାର ଉପରେ ବିତର୍କ ମଧ୍ୟ ତଥ୍ୟ ସମସ୍ୟାକୁ ସାମ୍ନାକୁ ଆଣିଛି। ସରକାରୀ ସପକ୍ଷବାଦୀ ଅର୍ଥନୀତିଜ୍ଞମାନେ କହୁଛନ୍ତି ଯେ, ଦାରିଦ୍ର୍ୟ କମିଛି, ଅପରପକ୍ଷେ ଅନ୍ୟମାନେ ଯୁକ୍ତି ବାଢ଼ିଛନ୍ତି ଯେ, ଗତ ଦଶନ୍ଧିରେ ଏହା ସ୍ଥିର ରହିଛି। ଏହି ସପକ୍ଷବାଦୀ ଓ ବିପକ୍ଷ ୨ଗୋଷ୍ଠୀଙ୍କ ମଧ୍ୟରେ ଲାଗିରହିଥିବା ଦ୍ୱନ୍ଦ୍ୱ କେବଳ ମାତ୍ର ବାସ୍ତବ ତଥ୍ୟ ମାଧ୍ୟମରେ ସମାଧାନ ହୋଇପାରିବ। ଯେତେବେଳେ ସରକାରଙ୍କ ପାଖରେ ସ୍ପଷ୍ଟ ତଥ୍ୟର ଅଭାବ ହୁଏ ସେତେବେଳେ ପ୍ରଶାସନ ଦୁର୍ବଳ ହେବା ସ୍ବାଭାବିକ। ପ୍ରଶାସନର ଦୁର୍ବଳତା ଫଳରେ ବିକାଶର ପଥ ଅବରୋଧ ହୋଇଥାଏ। କାରଣ ସବୁ ନୀତି କାର୍ଯ୍ୟକାରୀ କରାଇବା ପାଇଁ ତଥ୍ୟର ଆବଶ୍ୟକତା ରହିଥାଏ। ଯେତେବେଳେ ତଥ୍ୟ ନ ଥିବା କଥା ପଦାରେ ପଡ଼ିଲାଣି ସେଥିରୁ ଅନୁମାନ କରିହେଉଛି ଯେ, ଆଜିର ଭାରତ ସରକାର କେବଳ ବାହୁସ୍ଫୋଟ ମାଧ୍ୟମରେ ବଞ୍ଚତ୍ରହିଛି। କେନ୍ଦ୍ରରେ ତଥ୍ୟ ନ ଥିଲେ ରାଜ୍ୟଗୁଡ଼ିକରେ ମଧ୍ୟ ତଥ୍ୟ ନ ଥିବ। ସେଥିପାଇଁ କେଉଁ ପ୍ରକାର ନୀତି ନିୟମ ପ୍ରଣୟନ ହେବା ଦରକାର, ଯୋଜନା କିଭଳି କାର୍ଯ୍ୟକାରୀ ହେବ ଏବଂ ତାହାର ତୃଣମୂଳସ୍ତରରେ କାର୍ଯ୍ୟକାରିତାର ସଫଳତା କିମ୍ବା ବିଫଳତା ବିନା ତଥ୍ୟରେ ଜଣାପଡ଼ିବ ନାହିଁ।

ସବୁ ନୀତି କାର୍ଯ୍ୟକାରୀ କରାଇବା ପାଇଁ ତଥ୍ୟର ଆବଶ୍ୟକତା ରହିଥାଏ। ଯେତେବେଳେ ତଥ୍ୟ ନ ଥିବା କଥା ପଦାରେ ପଡ଼ିଲାଣି ସେଥିରୁ ଅନୁମାନ କରିହେଉଛି ଯେ,ଆଜିର ଭାରତ ସରକାର କେବଳ ବାହୁସ୍ଫୋଟ ମାଧ୍ୟମରେ ବଞ୍ଚତ୍ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କମ୍‌ ବୟସରେ ସ୍ବାମୀଙ୍କୁ ହରାଇବା ପରେ ଧୈର୍ଯ୍ୟହରା ନ ହୋଇ ଜଣେ ଜୀବନରେ କିଭଳି ସଶକ୍ତ ହୋଇପାରନ୍ତି ତାହାର ବଳିଷ୍ଠ ଦୃଷ୍ଟାନ୍ତ ହେଉଛନ୍ତି ଗୁଣ୍ଟର ନିବାସୀ...

ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଖୋଲାଯିବ ; ଯେଉଁଠି ୫ ରୁ ୬ ବର୍ଷ ବୟସର...

ତିନି ଲଫାପା ଉପାଖ୍ୟାନ

ସାଧାରଣତଃ ବିଭିନ୍ନ କଲେଜସ୍ତରରେ ନେତୃତ୍ୱ ନେଉଥିବା ଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ ରାଜନେତାମାନେ ଆସିଥାନ୍ତି। ତାହା ବ୍ୟତୀତ ସମାଜରେ କିଛି ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ପିଲାମାନେ ହେଉ ବା ପ୍ରକୃତ...

ଅପେକ୍ଷା କରି ବସିଛନ୍ତି

ତାମିଲନାଡୁର ଥୁଟୁକୁଡ଼ି ଜିଲାରେ ଏକ ପୋଲିସ ହାଜତ ମୃତ୍ୟୁ ଘଟଣାର ୨୫ ବର୍ଷ ପରେ ସ୍ଥାନୀୟ ଅଦାଲତ ଜଣେ ପୋଲିସ ଡିଏସ୍‌ପି ଓ ଇନ୍ସପେକ୍ଟରଙ୍କ ସମେତ...

ଏଇ ଭାରତରେ

ଗଛ ଗୋଟିଏ, କିନ୍ତୁ ଫଳ ୫୨ପ୍ରକାରର। ଏକଥା ଶୁଣି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବ। କିନ୍ତୁ ଏଭଳି ଏକ ସଫଳତା ହାସଲ କରିଛନ୍ତି ବିହାର ଭାଗଲପୁରର...

ନୀରବ ଚିତ୍କାର

ରତୀୟ ଦର୍ଶନ, ପୌରାଣିକ କଥା ଏବଂ ସଂସ୍କୃତିର ବିଶାଳ, ପ୍ରାଚୀନ ପରିଦୃଶ୍ୟରେ ‘ନାରୀ’ ଶବ୍ଦଟି ଶ୍ରଦ୍ଧା, ଶକ୍ତି, ଧୈର୍ଯ୍ୟ, ସହନଶୀଳତା, ସହାନୁଭୂତି ଏବଂ ସୌନ୍ଦର୍ଯ୍ୟର ପ୍ରତୀକ।...

ମାଟି, ବିହନ ଓ ପରିବେଶ

ବର୍ତ୍ତମାନ ସାରା ଦେଶରେ କୃଷି ସମ୍ବନ୍ଧରେ ତିନୋଟି ବିଷୟରେ ଆଲୋଚନା କରିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ କଥା ହେଲା ମାଟି। ମାଟି ଦିନକୁ ଦିନ ଅଧିକ...

ମାନ୍ଦାବସ୍ଥା ଆଡ଼କୁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅନେକ ଅଚାନକ ନିଷ୍ପତ୍ତି ଓ ନିଆଁରେ ଘିଅ ଢାଳିଲା ଭଳି ତାଙ୍କ ବ୍ୟବସାୟିକ ବନ୍ଧୁ ଏଲନ୍‌ ମସ୍କଙ୍କ ପରାମର୍ଶ କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image