ଡେଟା ଗୋପନୀୟତା ଦିବସ ହେଉଛି ଏକ ଅନ୍ତର୍ଜାତୀୟ ଦିବସ। ଏହା ପ୍ରତିବର୍ଷ ୨୮ ଜାନୁଆରୀରେ ପାଳିତ ହୋଇଥାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ସଚେତନତା ସୃଷ୍ଟି କରିବା ଏବଂ ଗୋପନୀୟତା ତଥା ତଥ୍ୟ ସୁରକ୍ଷା ସର୍ବୋତ୍ତମ ଅଭ୍ୟାସକୁ ପ୍ରୋତ୍ସାହିତ କରିବା। ଏହା ଆମେରିକା, କାନାଡା, କାତାର, ନାଇଜେରିଆ, ଇସ୍ରାଏଲ ସମେତ ୪୭ଟି ୟୁରୋପୀୟ ଦେଶରେ ପାଳନ କରାଯାଇଥାଏ। ଡେଟା ଗୋପନୀୟତା ଦିବସର ଶିକ୍ଷାଗତ ଯୋଗ୍ୟତା ମୂଳତଃ ବ୍ୟବସାୟ ତଥା ୟୁଜରମାନଙ୍କ ମଧ୍ୟରେ ସେମାନଙ୍କର ବ୍ୟକ୍ତିଗତ ସୂଚନାର ଗୋପନୀୟତା ରକ୍ଷା କରିବାର ଗୁରୁତ୍ୱ ବିଷୟରେ ବିଶେଷ ଭାବରେ ସୋସିଆଲ ନେଟ୍ୱର୍କିଂ ପ୍ରସଙ୍ଗରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥାଏ। ଏହି ଦିବସ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିଥାଏ, ଯାହା ଟେକ୍ନୋଲୋଜି ଉପକରଣଗୁଡ଼ିକର ବିକାଶକୁ ଉତ୍ସାହିତ କରି ବ୍ୟକ୍ତିଗତ ଚିହ୍ନଟଯୋଗ୍ୟ ସୂଚନା ଉପରେ ବ୍ୟକ୍ତିଗତ ନିୟନ୍ତ୍ରଣକୁ ପ୍ରୋତ୍ସାହିତ କରିଥାଏ। ଗୋପନୀୟତା ନିୟମ ଏବଂ ନିୟମାବଳୀକୁ ପାଳନ କରିବାକୁ ଏହି ଦିବସ ଉତ୍ସାହିତ କରିଥାଏ। ଏହି ଅନ୍ତର୍ଜାତୀୟ ଦିବସ ସରକାର, ଶିଳ୍ପ, ଏକାଡେମୀ, ଅଣ-ଲାଭକାରୀ ସଂସ୍ଥା, ଗୋପନୀୟତା ବୃତ୍ତିଗତ ତଥା ଶିକ୍ଷାବିତ୍ଙ୍କ ମଧ୍ୟରେ ସହଯୋଗ ପାଇଁ ସୁଯୋଗ ପ୍ରଦାନ କରିଥାଏ।
ତଥ୍ୟର ସ୍ବୟଂଚାଳିତ ପ୍ରକ୍ରିୟାକରଣ ସମ୍ବନ୍ଧରେ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ସମ୍ମିଳନୀ ୨୮ ଜାନୁଆରୀ ୧୯୮୧ରେ ୟୁରୋପର ପରିଷଦ ଦ୍ୱାରା ସ୍ବାକ୍ଷରିତ ହୋଇଥିଲା। ୟୁରୋପୀୟ ପରିଷଦ ଦ୍ୱାରା ପ୍ରଥମେ ୨୦୦୭ରେ ଡେଟା ସୁରକ୍ଷା ଦିବସ ଭାବରେ ଏହା ପାଳିତ ହୋଇଥିଲା। ଦୁଇ ବର୍ଷ ପରେ, ୨୬ ଜାନୁୟାରୀ ୨୦୦୯ରେ, ଆମେରିକା ହାଉସ ଅଫ କମନ୍ସ ଏହି ଦିବସ ଜାନୁଆରୀ ୨୮ରେ ପାଳନ କରାଯିବା ଲାଗି ଘୋଷଣା କରିଥିଲେ। ୨୮ ଜାନୁୟାରୀ ୨୦୦୯ରେ, ସିନେଟ ରିଜୋଲ୍ୟୁଶନ ୨୫ ପାରିତ କଲା ଏବଂ ଏହାକୁ ଜାତୀୟ ତଥ୍ୟ ଗୋପନୀୟତା ଦିବସ ଭାବରେ ମାନ୍ୟତା ଦେଇଥିଲା। ଆମେରିକା ସିନେଟ ୨୦୧୦ ଏବଂ ୨୦୧୧ରେ ଡେଟା ଗୋପନୀୟତା ଦିବସକୁ ସ୍ବୀକୃତି ଦେଇଥିଲା।