Categories: ଜାତୀୟ

ପାଞ୍ଚ ରାଜ୍ୟର ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ନଭେମ୍ବର ୭ରେ ମିଜୋରାମରେ ଭୋଟ, ଡିସେମ୍ବର ୩ରେ ଗଣତି

ନୂଆଦିଲ୍ଲୀ,୯।୧୦: ପାଞ୍ଚଟି ରାଜ୍ୟରେ ୬୭୯ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ନଭେମ୍ବରରେ ହେବ ନିର୍ବାଚନ। ମିଜୋରାମରେ ୭ ନଭେମ୍ବର, ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍‌ ନଭେମ୍ବର ୭ ଓ ୧୭ରେ ହେବ ନିର୍ବାଚନ। ସେହିପରି ମଧ୍ୟ ପ୍ରଦେଶରେ ୧୭, ରାଜସ୍ଥାନରେ ୨୩ ଓ ତେଲଙ୍ଗାନାରେ ୩୦ନଭେମ୍ବରରେ ଭୋଟ ଗ୍ରହଣ କରାଯିବ। ସମସ୍ତ ନିର୍ବାଚନର ଫଳାଫଳ ଡିସେମ୍ବର ୩ରେ ଘୋଷଣା କରାଯିବ। ମୁଖ୍ୟ ନିର୍ବାଚନ କମିଶନ ଏକ ଖବରଦାତା ସମ୍ମିଳନୀରେ ସୋମବାର ଏହା ଘୋଷଣା କରିଛନ୍ତି। ମିଜୋରାମ ବିଧାନସଭାର କାର୍ଯ୍ୟକାଳ ଚଳିତ ବର୍ଷ ଡିସେମ୍ବର ୧୭ରେ ଶେଷ ହେବ।
ଏଥି ସହିତ ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ବିଧାନସଭା ଗୁଡିକର କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁୟାରୀରେ ଶେଷ ହେବ।
ତେଲେଙ୍ଗାନା ଭାରତ ରାଷ୍ଟ୍ର ସମିତି (ବିଆରଏସ) ଦ୍ୱାରା ଶାସିତ। ଯେଉଁଠାରେ ଭାଜପା ମଧ୍ୟପ୍ରଦେଶରେ ଶାସନ କରୁଛି। ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସ କ୍ଷମତାରେ ଅଛି।

Share