ବେଙ୍ଗାଲୁରୁ,୨୦।୩: ଦୀର୍ଘ ୧୨ ବର୍ଷ ପରେ ଆର୍ଏସ୍ଏସ୍ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଅଖିଳ ଭାରତୀୟ ପ୍ରତିନିଧି ସଭା ପକ୍ଷରୁ ଦତ୍ତାତ୍ରେୟ ହୋସାବୋଲେଙ୍କୁ ନୂଆ ସରକାର୍ଯ୍ୟବାହ ଭାବେ ନିର୍ବାଚିତ କରାଯାଇଛି। ବେଙ୍ଗାଲୁରୁ ପ୍ରତିନିଧି ସଭାରେ ଦତ୍ତାତ୍ରେୟଙ୍କ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଛି। ୬୬ ବର୍ଷ ବୟସ୍କ ଦତ୍ତାତ୍ରେୟ କର୍ନାଟକର ସିମୋଗା ଜିଲାର ବାସିନ୍ଦା। ପୂର୍ବରୁ ଏହି ପଦରେ ସୁରେଶ ଭୟାଜୀ ଜୋଶି କାର୍ଯ୍ୟ କରୁଥିଲେ। ସେ ଲଗାତାର ଗତ ୪ଟି କାର୍ଯ୍ୟକାଳ ନିର୍ବାଚିତ ହୋଇ ଆସୁଥିଲେ। ଏହି ପଦବୀର କାର୍ଯ୍ୟକାଳ ୩ ବର୍ଷ। ଜୋଶୀ ୨୦୦୯ଠାରୁ ଏହି ପଦବୀରେ କାର୍ଯ୍ୟ କରୁଥିଲେ।