Categories: ଜାତୀୟ

ମା’ଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଝିଅ

ଜୟପୁର,୧୩।୧୨: ରାଜସ୍ଥାନର ବାଡମେର୍‌ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଝିଅ ନିଜ ମା’ଙ୍କ ନାଁରେ ସଙ୍ଗୀନ ଅଭିଯୋଗ କରିଛନ୍ତି। ଦୁଇ ବର୍ଷ ହେଲା ତାଙ୍କୁ ଦେହବେପାର କରିବାକୁ ତାଙ୍କ ମା’ ବାଧ୍ୟ କରୁଥିବା ସେ କହିଛନ୍ତି। ୨ ମାସ ତଳୁ ସେ ନିଜ ଇଚ୍ଛାରେ ବିବାହ କରିଥିଲେ। ଏହା ଜାଣି ତାଙ୍କ ବୈବାହିକ ଜୀବନ ବିଗାଡ଼ି ଦେବାକୁ ମା’ ଚାହୁଁଥିବା ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ପୋଲିସ ଆଗରେ ତାଙ୍କ ଦୁଃଖଦ କାହାଣୀ ବର୍ଣ୍ଣନା କରି ନ୍ୟାୟ ଭିକ୍ଷା କରିଛନ୍ତି। ନବ ବିବାହିତା ଝିଅକୁ ମଧ୍ୟ ତାଙ୍କ ମା’ ମାରିବାକୁ ଧମକ ଦେଇଛନ୍ତି। ଏଥିରେ ବାଡମେର ପୋଲିସ ଅଧୀକ୍ଷକ ଆନନ୍ଦ ଶର୍ମା କହିଛନ୍ତି ଯେ, ଅଭିଯୋଗ ଉପରେ ଏକ ମାମଲା ରୁଜୁ କରିଛୁ। ପୀଡିତା ଅଭିଯୋଗ କରିଛନ୍ତି ଯେ, ତାଙ୍କ ମା’ ଏବଂ ତାଙ୍କ ଗ୍ୟାଙ୍ଗ ଭୁଲ କାମ କରୁଛନ୍ତି। ଏହା ନବ ଦମ୍ପତିଙ୍କ ପାଇଁ ବିପଦ ବୋଲି ଦର୍ଶାଇ ପୋଲିସଠାରୁ ସୁରକ୍ଷା ଲୋଡ଼ିଛନ୍ତି। ତାଙ୍କ ମା’ ୟୁପିରେ ଦେହ କାରବାର କରୁଥିବା ସେ ଅଭିଯୋଗ କରିଛନ୍ତି। ମହିଳା ପୋଲିସ ଷ୍ଟେଶନରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୁବ୍‌ଶୀଘ୍ର ଏହାର ଗୁମର ସାମ୍ନାକୁ ଆସିବ ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶର୍ମା କହିଛନ୍ତି।

Share