ଲକ୍ଷ୍ନୌ,୨।୫: ଉତ୍ତରପ୍ରଦେଶରେ ଅକ୍ସିଜେନ ଅଭାବ ନେଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥିତିରେ ବହରାଇଚ ଜିଲା ହସ୍ପିଟାଲରୁ ଏକ ଭିଡିଓ ଭାଇରାଲ ହୋଇଛି। ଯାହା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଚାଲିଆସିବ।
ଯେତେବେଳେ ଆପଣାର ଲୋକ କିଏ ଅକ୍ସିଜେନ ଅଭାବରୁ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି ସେତେବେଳେ ବୁଦ୍ଧି ବାଟ କିଛି ଦିଶେନି। ନିଜ ଜୀବନକୁ ବାଜି ଲଗାଇବାକୁ ପଡ଼ିଥାଏ। ଏମିତି ଏକ କୋହଭରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଜଣେ ରୋଗିଣା ମା’ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କ ଝିଅ ମୁହଁରେ ମୁହଁ ଲଗାଇ ଅକ୍ସିଜେନ ଦେଉଛନ୍ତି। ଭିଡିଓଟି ଦେଖି ଲୋକେ ଭାବବିହ୍ବଳ ହୋଇପଡୁଛନ୍ତି।