Posted inଫୁରସତ

ପିତାଙ୍କ ମୃତଦେହ ନିକଟରେ ନଗ୍ନ ଫଟୋ ଶୁଟ୍‌ କରି ଚର୍ଚ୍ଚାରେ ଏହି ଯୁବତୀ

ପିତାଙ୍କ ମୃତଦେହ ନିକଟରେ ଜଣେ ଯୁବତୀ ନେକେଡ୍‌ ବା ନଗ୍ନ ଫଟୋ ଶୁଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି। ଏହା ସତ୍ତ୍ୱେ ଯୁବତୀ ଜଣକ କହିଛନ୍ତି, ମୁଁ କିଛି ଭୁଲ୍‌ କରି ନାହିଁ। ଆଜି ଯଦି ମୋ’ ପିତା ବଞ୍ଚିଥାନ୍ତେ ସେ ନିଶ୍ଚିତ ଖୁସି ହୋଇଥାନ୍ତେ।

ଆମେରିକାର ଫ୍ଲୋରିଡାର ୨୦ ବର୍ଷୀୟା ମଡେଲ ଜେନେ ରେବେରା ଏକ କଳା ରଙ୍ଗର ଡ୍ରେସ୍‌ ପିନ୍ଧି ତାଙ୍କ ପିତାଙ୍କ ମୃତଦେହ ନିକଟରେ ଗ୍ଲାମରସ ପୋଜ୍‌ରେ ଫଟୋ ଦେଇଛନ୍ତି। ଖାଲି ଏତିକି ନୁହେଁ, ସେ ଫଟୋ ଉଠାଇ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଶେୟାର ବି କରିଛନ୍ତି। ଏହା ପରେ ସେ ଟ୍ରୋଲ୍‌ ହେବାରେ ଲାଗିଛନ୍ତି। ୟୁଜରଙ୍କ ଉତ୍ତରରେ ରେବେରା କହିଛନ୍ତି, ମଁୁ ଯାହା ବି ପୋଷ୍ଟ କରିଛି କିଛି ଭୁଲ କରିନାହିଁ। ମୁଁ ଏଥିରେ କାଏମ ଅଛି। ଆଜି ଯଦି ମୋ ପିତା ବଞ୍ଚିଥାନ୍ତେ ସେ ମୋ ଏପରି କ୍ୟାରିୟରକୁ ନେଇ ଗର୍ବ କରିଥାନ୍ତେ। ସେ କହିଛନ୍ତି, ମୁଁ ଭଲ ଭାବେ ଭାବିଚିନ୍ତି ଫଟୋ ଉଠାଇଛି। ଏଥିରେ ଯଦି କାହାର ଅସୁବିଧା ହେଉଛି ମୋର କିଛି ନାହିଁ। ମୁଁ ମୋ ତରିକାରେ ଉଠାଇଛି। ମୋ ପିତା ଥିଲେ ମୋ କାମର ପ୍ରଶଂସା କରିଥାନ୍ତେ।

ଗତ ୧୧ ତାରିଖରେ ରେବେରାଙ୍କ ପିତାଙ୍କ ନିଧନ ହୋଇଥିଲା। ଏହି ସମୟରେ ସେ ଏକ କଳା ରଙ୍ଗର ଡ୍ରେସ୍‌ ପିନ୍ଧି ଫଟୋ ପୋଜ୍‌ ଦେଇଥିଲେ। ଯେଉଁଥିରେ ତାଙ୍କର ତିଳେମାତ୍ର ଦୁଃଖ ନ ଥିଲା। ସେ ମେକ୍‌ଅପ୍‌ ବି ନେଇଥିଲେ। ପରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଥିଲେ। ତାଙ୍କର ଏପରି କାର୍ଯ୍ୟକଳାପ ଦେଖି ରାଗି ଯାଇଥିଲେ ୟୁଜର। ଜଣେ ୟୁଜର ଲେଖିଛନ୍ତି, ଘୃଣିତ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ‘ସମ୍ବେଦନହୀନତା’। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଦୁଃଖ ନାହିଁ କି ଅନୁଶୋଚନା ନାହିଁ। ଏମିତି ଅନେକ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ପଛର ଷଡ଼ଯନ୍ତ୍ର ଖୋଜୁଛି ଏନ୍‌ଆଇଏ ଟିମ୍‌

ନୂଆଦିଲ୍ଲୀ,୨୮।୪:ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଅନୁଷ୍ଠାନିକ ଭାବେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ମାମଲାର ତଦନ୍ତ ଭାର ଗ୍ରହଣ କରିବା ସହ ତଥ୍ୟପ୍ରମାଣ ଯୋଗାଡ଼ ଲାଗି ବିଭିନ୍ନ ସ୍ଥାନରେ...

ଭିତରକାଠରେ ପଡ଼ିଲା ବାନ୍ତି: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ,୨୮ା୪: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ନିକଟରେ କେହି ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଏନେଇ ସ୍ବତନ୍ତ୍ର ନୀତିକାନ୍ତି କରାଯିବ।...

‘ଆତଙ୍କବାଦୀଙ୍କ ପାଖରେ ଏତେ ସମୟ ନ ଥିଲା ଯେ ସେମାନେ ଧର୍ମ ପଚାରି…’, କାହିଁକି ଏମିତି ବୟାନ ଦେଲେ କଂଗ୍ରେସ ନେତା?

ନୂଆଦିଲ୍ଲୀ,୨୮।୪: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ବିଜୟ ୱାଡେଟିୱାର ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଲୋକଙ୍କ...

ସୁନାଠାରୁ ବି ଅଧିକ ମୂଲ୍ୟବାନ ଏହି ପରିବା

ହପ ସୁଟ ହେଉଛି ହପ ଗଛ (ହୁମୁଲସ ଲୁପୁଲସ) ଖାଦ୍ୟ ଉପଯୋଗୀ ଏବଂ ଔଷଧୀୟ ପ୍ରୟୋଗରେ ଏକ ମୂଲ୍ୟବାନ ଉପାଦାନ। ହପ ସୁଟ ଏହାର ସ୍ବତନ୍ତ୍ର...

ରାଜ୍ୟରେ ସୃଷ୍ଟି ହେଉନାହାନ୍ତି ଅନ୍ନଦାତା

ଭୁବନେଶ୍ୱର,୨୮ା୪(ରବିନାରାୟଣ ଜେନା): ରାଜ୍ୟରେ କୃଷକ ଏବଂ କୃଷିକ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କୃଷି କ୍ୟାବିନେଟ୍‌ କରାଯିବା ସହିତ ଗୃହରେ ପ୍ରତିବର୍ଷ ସ୍ବତନ୍ତ୍ର...

ଯୁଦ୍ଧ ଆଶାଙ୍କା କରି ଏଲଓସି ସୀମାନ୍ତ ଅଞ୍ଚଳରେ ଆଗୁଆ ଫସଲ କାଟିଲେ ଚାଷୀ

ଚଣ୍ଡିଗଡ଼,୨୮।୪:ପହଲଗାମ୍‌ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ସୀମାନ୍ତ ଜମିରୁ ୪୮ ଘଣ୍ଟା ମଧ୍ୟରେ ଫସଲ ଅମଳ ଶେଷ କରିବାକୁ ସୀମା ସୁରକ୍ଷା...

ଆଇନଜୀବୀ ଦିବସ, ମଧୁବାବୁଙ୍କ ଜୟନ୍ତୀ ପାଳିତ

ଦିଗପହଣ୍ଡି,୨୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ସୋମବାର ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଓକିଲ...

ମନଇଚ୍ଛା ଲାଗିପାରିବନି ଜାତୀୟ ଚିହ୍ନ

ଭୁବନେଶ୍ୱର,୨୮ା୪ (ରବିନାରାୟଣ ଜେନା): ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ ଚିହ୍ନ(ଅଶୋକସ୍ତମ୍ଭ)କୁ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ। ଯଦି କୌଣସିଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image