Categories: ଫୁରସତ

ଶ୍ୱଶୁର ଶୋଇଥିବାବେଳେ ନିଆଁ ଲଗାଇଦେଲେ ବୋହୂ: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସାଧାରଣତଃ ପ୍ରତ୍ୟେକ ମଣିଷ ପାଇଁ ନିଜ ପରିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯଦି କୌଣସି କାରଣରୁ ସେହି ପରିବାର ଭାଙ୍ଗିଯାଏ ତେବେ ସର୍ବନାଶ ହେଲା ବୋଲି ଜାଣିବେ। ସୋସିଆଲ ମିଡିଆରେ ଏକ ଭିଡିଓ ନିକଟରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବୋହୂ ତାଙ୍କ ଶ୍ୱଶୁରଙ୍କ ଉପରେ ଏତେ ରାଗିଗଲେ ଯେ ସେ ଘରେ ନିଆଁ ଲଗାଇ ଦେଇଛନ୍ତି। କେବଳ ଏତିକି ନୁହେଁ, ବୋହୂ ନିଆଁ ଲଗାଇ ଶ୍ୱଶୁରଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
କୁହାଯାଉଛି ଯେ, ବୋହୂ ନିଜ ପିଲାକୁ ଖାଇବାକୁ ଦେବାକୁ ଚାହୁଁଥିଲେ କିନ୍ତୁ ଶ୍ୱଶୁର ନାତିଙ୍କୁ ଶୁଆଇବାକୁ ଚାହୁଁଥିଲେ। ମହିଳା ଏଥିରେ ରାଗିଯାଇ ଶ୍ୱଶୁରଙ୍କୁ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ଏସବୁ ଦେଖି ମହିଳାଙ୍କ ସ୍ବାମୀ ତାଙ୍କୁ ଗାଳି ଦେଇଥିଲେ। ଏପରିକି ସେ ପୂରା ଘଟଣାର ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @ShoneeKapoor ନାମକ ଜଣେ ୟୁଜର୍ସଙ୍କ ଦ୍ୱାରା ଶେୟାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି। ଏଥିସହିତ ଅନେକ ଲୋକ ଏହା ଉପରେ ନିଜର ମତାମତ ମଧ୍ୟ ଦେଇଛନ୍ତି।

Share