ହିନ୍ଦୁ ଧର୍ମ ଗ୍ରହଣ କରିବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ

ଜାକର୍ତ୍ତା,୨୪ ।୧୦: ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକମାୱତି ସୁକର୍ଣ୍ଣୋପୁତ୍ରି ଇସଲାମ ଧର୍ମ ତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସୁକର୍ଣ୍ଣୋ ସେଣ୍ଟର ହେରିଟେଜ ଏରିଆ ଇନ୍ ବାଲେ ଅଗୁଙ୍ଗ ସିଙ୍ଗାରାଜା, ବୁଲେଲେଙ୍ଗ ରିଜେନ୍ସି, ବାଲିରେ ଅନୁଷ୍ଠିତ ଏକ ରିଚୁଆଲ ସେରିମନିରେ ସେ ମଙ୍ଗଳବାର ୨୬ ଅକ୍ଟୋବରରେ ହିନ୍ଦୁ ଧର୍ମ ଗ୍ରହଣ କରିବେ ବୋଲି ଜଣାପଡିଛି । ସୁକମାୱତି ସୁକର୍ଣ୍ଣୋପୁତ୍ରି ସୁକର୍ଣ୍ଣୋଙ୍କ ତୃତୀୟ ଝିଅ ଓ ପୂର୍ବତନ ରାଷ୍ଟ୍ରପତି ମେଘାବତି ସୁକର୍ଣ୍ଣୋପୁତ୍ରିଙ୍କ ସାନ ଭଉଣୀ ।
ସୁକମାୱତି ସୁକର୍ଣ୍ଣୋପୁତ୍ରି(୭୦), ୨୦୧୮ରେ ଏକ ଇସଲାମ ବିରୋଧି କବିତା ପାଇଁ ଆସିଥିଲେ ବିବାଦକୁ । ଏହାପରେ ସେ ଏଥିପାଇଁ କ୍ଷମା ମାଗିଥିଲେ । ଇଣ୍ଡୋନେସିଆ ବିଶ୍ୱର ଏକ ବଡ ମୁସଲିମ ବହୁଳ ଦେଶ ଭାବେ ପରିଚିତ । ହେଲେ ଏବେ ସୁକମାୱତି ସୁକର୍ଣ୍ଣୋପୁତ୍ରି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ ।

Share