ମା’ଙ୍କ ଅନ୍ତିମ ସଂସ୍କାର କଲେ ଝିଅ

କେନ୍ଦୁଝର,୯।୫,(ସ୍ବ.ପ୍ର.): ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ଗ୍ରାମରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିବା ପରେ ମା’ ଙ୍କ ଅନ୍ତିମ ସଂସ୍କାର କଲା ଝିଅ। ଦୀର୍ଘ ୫ ବର୍ଷ ହେଲାଣି ବୃଦ୍ଧାଙ୍କୁ ତାଙ୍କ ପୁଅମାନେ ନ ପଚାରିବାରୁ ଝିଅଙ୍କ ପାଖରେ ସେ ରହୁଥିଲେ। ତେବେ ସୋମବାର ବୃଦ୍ଧା ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ନିରାଶ ନାଏକ ଶେଷକୃତ୍ୟ କରିଛନ୍ତି। ତେବେ ଏଭଳି ଅଭିଯୋଗକୁ ଭାଇମାନେ ଅସ୍ବୀକାର କରୁଛନ୍ତି।

ମୃତଙ୍କ ନାମ ଅପୂର୍ବ ନାଏକ(୮୦) ଏବଂ ଘର ଯୋଡ଼ା ବ୍ଲକ ମୁଁରସୁଆଁ ଗ୍ରାମ । ସେ ମୁକୁନ୍ଦ ନାଏକଙ୍କ ସ୍ତ୍ରୀ । ତାଙ୍କର ତିନି ପୁଅ ଓ ଗୋଟିଏ ଝିଅ। ତେସେ ସ୍ବାମୀ ମରିଯିବା ପରେ ତାଙ୍କୁ ପୁଅମାନେ ଅବହେଳା କରିବାରୁ ତେଲକୋଇ ବ୍ଲକ ସଲେଇକେନା ଗ୍ରାମରେ ବଡ ଝିଅ ନିରାଶ ନାଏକ ଙ୍କ ପାଖରେ ୫ ବର୍ଷ ହେବ ରହି ଆସୁଥିଲେ। ଗତ କାଲି ତାଙ୍କର ଅକସ୍ମାତ ବିୟୋଗ ହୋଇଥିବା ବେଳେ ନିରାଶ ଭାଇମାନଙ୍କୁ ଖବର ଦେଇଥିଲେ। ହେଲେ ସେମାନେ ଆସି ନ ପାରିବାରୁ ଝିଅ ନିଜେ ସ୍ଥାନୀୟ ସରପଞ୍ଚ ପାଙ୍ଗେଲା ମୁଣ୍ଡା,ଗ୍ରାମର ୱାର୍ଡ ମେମ୍ବର ଓ ଭଦ୍ରବ୍ୟକ୍ତିଙ୍କ ସହଯୋଗରେ ମୃତଦେହକୁ କାନ୍ଧ ଦେଇ ମା’ଙ୍କୁ ମୁଖାଗ୍ନି ଦେଇଛନ୍ତି।

Share