୭ ବର୍ଷ ପରେ ମା’ କୋଳକୁ ଫେରିଲେ ଝିଅ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବଜରଙ୍ଗୀ ଭାଇଜାନ ଚଳଚ୍ଚିତ୍ରର କାହାଣୀ ସଦୃଶ ହଜିଲା ୬ ବର୍ଷର ବେବି ପାତ୍ର ଘଟଣା ଝାଡ଼ଖଣ୍ଡ ରାଜ୍ୟ ଜାମ୍‌ଶେଦପୁର ଅଞ୍ଚଳରେ ଚହଳ ପକାଇ ଦେଇଛି। ୭ ବର୍ଷ ଧରି ହଜିଯାଇ ମୟୂରଭଞ୍ଜ ଜିଲା ଶିଶୁ ଯନତ୍ ଅନୁଷ୍ଠାନରେ ପାଠ ପଢୁଥିବା ବେବି ଏବେ ମା’ କୋଳକୁ ଫେରିଛନ୍ତିି। ପରିବାର ଲୋକେ ଝିଅକୁ ପାଇ ଆନନ୍ଦରେ ଆମତ୍ବିଭୋର ହୋଇପଡ଼ିଛନ୍ତି। ଏଭଳି ଘଟଣାକୁ ନେଇ ଜିଲା ପ୍ରଶାସନର ପ୍ରୟାସକୁ ନେଇ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।

ପ୍ରକାଶ ଯେ, ୨୦୧୮ରେ ମୟୂରଭଞ୍ଜ ଜିଲା ଝରାଡ଼ିହୀ ପୋଲିସ ଏକ ଝିଅକୁ ଉଦ୍ଧାର କରି ଚାଇଲ୍ଡଲାଇନ ସବ୍‌ ସେଣ୍ଟରକୁ ହସ୍ତାନ୍ତର କରିଥିଲା। ଚାଇଲ୍ଡଲାଇନ ପକ୍ଷରୁ ଝିଅଟିକୁ ମୟୂରଭଞ୍ଜ ଶିଶୁ ମଙ୍ଗଳ ସମିତିରେ ହାଜର କରାଇବା ପରେ ବାରିପଦାର ଏକ ଶିଶୁଯତ୍ନ ଅନୁଷ୍ଠାନରେ ରଖାଯାଇଥିଲା। ନିକଟସ୍ଥ ବିଦ୍ୟାଳୟରେ ନାମ ଲେଖାଇ ପଢ଼ିବାର ସୁଯୋଗ ସୃଷ୍ଟି କରିଥିଲେ। ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପାଠ ପଢ଼ିବା ମଧ୍ୟରେ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଆଲୋଚନା କରାଯାଇ ଠିକଣା ସମ୍ପର୍କରେ ବୁଝିବାକୁ ଚେଷ୍ଟା କରାଯାଇଥିଲା। ତେବେ କିଛିଦିନ ପୂର୍ବରୁ ସେ ନିଜ ଅଞ୍ଚଳକୁ ନେଇଗଲେ ଘର ପରିବାରକୁ ଦେଖାଇପାରିବେ ବୋଲି କହିଥିଲେ। ଏହାକୁ ନେଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ଅଧିକାରିଣୀ ମମତାମୟୀ ବିଶ୍ୱାଳ, ଶିଶୁ ମଙ୍ଗଳ ସମିତିର ସୁରକ୍ଷା ଅଧିକାରୀ ମଧୁସୂଦନ ରଥ ଓ ଚାଇଲ୍ଡ ହେଲ୍ପଲାଇନ୍‌ର ପରାମର୍ଶଦାତ୍ରୀ ରଶ୍ମିତା ପାଣି ତତ୍ପର ହୋଇ ଗତ ଗୁରୁବାର ବେବିକୁ ସାଙ୍ଗରେ ଧରି ତାଙ୍କ ଗ୍ରାମ ଅଭିମୁଖେ ବାହାରିଥିଲେ। ସୂଚନାକୁ ନେଇ ଝାଡ଼ଖଣ୍ଡ ରାଜ୍ୟ ଜାମଶେଦପୁର ସହରରେ ପହଞ୍ଚତ୍ ଠିକଣା ଜାଣିବାକୁ ଚେଷ୍ଟା କରିଥିଲେ। ମାତ୍ର କୌଣସି ଠିକ୍‌ ଠିକଣା ନ ପାଇବାରୁ ଅଧିକାରୀମାନେ ନିରାଶ ହୋଇଥିଲେ। ନୂଆଘର, ନୂଆରାସ୍ତା ଦେଖି ବେବି ବାଟବଣା ହୋଇଯାଇଥିଲେ। ସେ କହୁଥିବା ସଙ୍କେତକୁ ଆଧାର କରି ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ପଚାରିଥିଲେ ମଧ୍ୟ କେହି ଠିକ୍‌ ସୂଚନା ଦେଇପାରି ନ ଥିଲେ। ପ୍ରଥମେ ତାଙ୍କ ବଡଭାଇ କାମ କରୁଥିବା ସ୍ଥାନର ସନ୍ଧାନ ମିଳିବା ପରେ ସମ୍ପୂର୍ଣ୍ଣ ଠିକଣା ପାଇଥିଲେ। ପରେ ବେବିକୁ ଧରି ତାଙ୍କ ଘରେ ପହଞ୍ଚତ୍ବା ପରେ ମାଆକୁ ଦେଖି ସେ ଆମତ୍ହରା ହୋଇପଡ଼ିଥିଲେ। ମା’ ମଧ୍ୟ ଏତେ ବର୍ଷ ପରେ ଝିଅକୁ ପାଇ ଖୁସିରେ ଆମତ୍ବିଭୋର ହୋଇପଡ଼ିଥିଲେ। ଏତେଦିନ ପରେ ହଜିଥିବା ଶିଶୁ ପରିବାରକୁ ଫେରିପାଇଥିବାରୁ ଅଞ୍ଚଳବାସୀ ସାଧୁବାଦ ଜଣାଇଥିଲେ। ମାଆ କୋଳକୁ ବେବି ଫେରିଥିବାରୁ ଜିଲାପାଳ ହେମକାନ୍ତ ସୟ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ

ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର...

ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ୪ ନିଗମ ଦେଲେ ୨୦୬ କୋଟି ଟଙ୍କା

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ...

ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ

ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ...

ପହଲଗାମ୍‌ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ...

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image