Categories: ଫୁରସତ

ମା’ ପାଇଁ ଦୁବାଇରୁ ଟମାଟୋ ପଠାଇଲେ ଝିଅ

ଦୁବାଇ: ଟମାଟୋ ଦର ବର୍ତ୍ତମାନ ଆକାଶ ଛୁଇଁଲାଣି। ଅନେକ ଲୋକ ଦୈନନ୍ଦିନର ଖାଦ୍ୟରେ ଟମାଟୋର ବ୍ୟବହାର କରୁଥିଲେ ମଧ୍ୟ ଏବେର ଦର ପାଇଁ ସେମାନେ କଷ୍ଟରେ ଅଛନ୍ତି। ନିକଟରେ ଏକ ଟୁଇଟର ପୋଷ୍ଟ ଭାଇରାଲ ହେବାରେ ଲାଗିଛି; ଯେଉଁଥିରେ ଜଣାପଡ଼ିଛି, ଦେଶରେ ଟମାଟୋ ଦର ବୃଦ୍ଧି ଯୋଗୁ ଜଣେ ମା’ ଝିଅ ଦ୍ୱାରା ବିଦେଶରୁ ଟମାଟୋ ମଗାଇଛନ୍ତି। ସୂଚନା ମୁତାବକ, ଦୁବାଇରେ ରହୁଥିବା ଜଣେ ମହିଳାଙ୍କ ଝିଅ ଗ୍ରୀଷ୍ମଛୁଟିରେ ଘରକୁ ଆସୁଛନ୍ତି। ସେ ତାଙ୍କ ମା’ଙ୍କୁ ସେଠାରୁ କ’ଣ ଦରକାର ବୋଲି ପ୍ରଶ୍ନ କରିଥିଲେ। ତାଙ୍କ ମା’ ଦୁବାଇରୁ ୧୦ କିଲୋ ଟମାଟୋ ପଠାଇବାକୁ କହିଥିଲେ। ଝିଅ ମା’ଙ୍କ କଥା ଶୁଣି ଦୁବାଇରୁ ଶୁଟକେସ୍‌ରେ ୧୦ କିଲୋ ଟମାଟୋ ପଠାଇଛନ୍ତି। ତାଙ୍କର ଅନ୍ୟ ଜଣେ ଝିଅ ଟୁଇଟରରେ ପୋଷ୍ଟ ଜରିଆରେ ଏହା ଜଣାଇଛନ୍ତି। ମହିଳା ଜଣକ ଘରେ ଅଧିକ ମାତ୍ରାରେ ଟମାଟୋର ବ୍ୟବହାର କରନ୍ତି। ଟମାଟୋ ଆଚାର କିମ୍ବା ଚଟଣି କରିବା ପାଇଁ ସେ ଝିଅ ହାତରେ ଟମାଟୋ ମଗାଇଥିବା କହିଛନ୍ତି।

Share