Advertisement
Categories: ଜାତୀୟ

ମା’ଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ସୁଷମାଙ୍କୁ ଗୁହାରି କଲେ ଝିଅ

ହାଇଦ୍ରାବାଦ,୩୦।୪: ହାଇଦ୍ରାବାଦରେ ସାହିଦା ବେଗମଙ୍କ ଝିଅ ସୈୟଦା ଫାତିମା ନିଜ ମା’ଙ୍କୁ  ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣିବା ପାଇଁ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଗୁହାରୀ କରିଛନ୍ତି। ସୂଚନାଯୋଗ୍ୟ, ସାହିଦା ଦୁବାଇରେ ଚାକିରି ବାହାନାରେ ଓମାନରେ ଚାଲାଣର ଶୀକାର ହୋଇଥିବା ଅଭିଯୋଗ ହୋଇଛି।୨୦୧୮ ନଭେମ୍ବର ୨୯ରେ ଦୁବାଇର ଏକ କାର୍ଯ୍ୟାଳୟରେ ସେ ରହିଥିଲେ। ହେଲେ ତାଙ୍କୁ ସେଠାରେ ସଡ଼କ ମାର୍ଗ ଦ୍ୱାରା ଓମାନକୁ ପଠାଯାଇଥିଲା ବୋଲି ସୈୟଦା କହିଛନ୍ତି। ତାଙ୍କ କହିବା ଅନୁସାରେ, ତାଙ୍କ ମା’ଙ୍କୁ ଦୁବାଇରେ ଏକ ଭଲ ଚାକିରିର ଅଫର ମିଳିଥିଲା। ଏଥିପାଇଁ ତାଙ୍କୁ ପ୍ରତିମାସ ୨୦ହଜାର ଟଙ୍କା ଦିଆଯିବା ନେଇ ମଧ୍ୟ ପ୍ରତିଶୃତି କରାଯାଇଥିଲା। ତେବେ ଏଜେଣ୍ଟକୁ ଭରଷା କରି ତାଙ୍କ ମା’ ନଭେମ୍ବର ୨୯ରେ ଦୁବାଇ ପାଇଁ ବାହାରିଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ତାଙ୍କୁ ଏକ ଅଫିସ୍‌ରେ ରଖାଯାଇଥିଲା। କିନ୍ତୁ ଏହାପରେ ତାଙ୍କୁ ଓମାନକୁ ସ୍ଥାନାନ୍ତର କରାଯାଇଥିବା ବୋଲ ସାହିଦାଙ୍କ ଝିଅ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share