Categories: ଜାତୀୟ

ଗଙ୍ଗାରେ ସିଡିଏସ୍‌ଙ୍କ ଅସ୍ଥି ବିସର୍ଜନ

ନୂଆଦିଲ୍ଲୀ, ୧୧ା୧୨: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାଓ୍ବତ୍‌ ଏବଂ ତାଙ୍କ ସ୍ତ୍ରୀ ମଧୁଲିକାଙ୍କ ଶେଷକୃତ୍ୟ ପରେ ଶନିବାର ହରିଦ୍ୱାରଠାରେ ଗଙ୍ଗାନଦୀରେ ଅସ୍ଥି ବିସର୍ଜନ କରାଯାଇଛି। ଝିଅ କ୍ରିତିକା ଏବଂ ତାରିଣୀ ସକାଳେ ଦିଲ୍ଲୀ କ୍ୟାଣ୍ଟୋନମେଣ୍ଟରେ ବ୍ରାର୍‌ ସ୍କୋୟାର ଶଶ୍ମାନରୁ ପିତା ରାଓ୍ବତ୍‌ ଏବଂ ମା’ ମଧୁଲିକାଙ୍କ ଅସ୍ଥି ସଂଗ୍ରହ କରିଥିଲେ।

ଶୁକ୍ରବାର ସେଠାରେ ଉଭୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବୁଧବାର ତାମିଲନାଡୁର କୁନ୍ନୁର ନିକଟରେ ଏମ୍‌ଆଇ-୧୭ଭି୫ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ରାଓ୍ବତ୍‌ ଦମ୍ପତିଙ୍କ ସମେତ ଆଉ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା।

Share