ଜୁନିୟର ଗ୍ରୁପ୍‌ରେ ବାଜି ମାରିଲା ଭୁବନେଶ୍ୱରର ଡିଏଭି

ଭୁବନେଶ୍ୱର,୪ା୮(ଅସମାପିକା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦ୍ୱିତୀୟ ତଥା ଅନ୍ତିମ ଦିବସର ରାଜ୍ୟସ୍ତରୀୟ କୁଇଜ ଇଭେଣ୍ଟ ‘ମେଟଲ ମିଟ-୨୦୨୪’ର ଗ୍ରାଣ୍ଡ ଫିନାଲେ ହୋଟେଲ କ୍ରିଷ୍ଟାଲ କ୍ରାଉନ୍‌ରେ ରବିବାର ଅନୁଷ୍ଠିତ ହୋଇଥିଲା।

ଗ୍ରାଣ୍ଡ ଫିନାଲେରେ ଜୁନିୟର ଓ ସିନିୟର ବିଭାଗର ମୋଟ୍‌ ୧୬ଟି ଟିମ୍‌ ଭାଗ ନେଇଥିଲେ। ପ୍ରଥମେ ଜୁନିୟର ବିଭାଗର ଟପ୍‌-୮ଟି ଟିମ୍‌ ଫିନାଲେ ପ୍ରତିଯୋଗିତାରେ ଭାଗନେଇଥିଲେ। ଏମାନଙ୍କ ମଧ୍ୟରୁ ଭୁବନେଶ୍ୱରର ୮ ନଂ ଡିଏଭି ସ୍କୁଲ ଚାମ୍ପିୟନ ହୋଇଥିବା ବେଳେ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ପ୍ରଥମ ରନର୍ସଅପ୍‌ ହୋଇଛି। ସେହିପରି କଳିଙ୍ଗ ଡିଏଭି ଦ୍ୱିତୀୟ ରନର୍ସଅପ୍‌ ଟାଇଟଲ ହାସଲ କରିଛି।

ପୁରସ୍କାର ବାବଦରେ ମୋଟ୍‌ ୩.୫ଲକ୍ଷ ଟଙ୍କା ରହିଥିବାବେଳେ ଉଭୟ ବର୍ଗର ବିଜେତା ଟିମ୍‌କୁ ୧ଲକ୍ଷ, ପ୍ରଥମ ରନର୍ସଅପ୍‌ ୫୦ ହଜାର ଏବଂ ଦ୍ୱିତୀୟ ରନର୍ସଅପ୍‌କୁ ୨୫ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯିବ।

Share