Categories: ଖେଳ

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍ ଦେଖିବାକୁ ଆସିବେ ଫୁଟବଲ ଲିଜେଣ୍ଡ ଡେଭିଡ ବେକହାମ୍

ନୂଆଦିଲ୍ଲୀ, ୧୪।୧୧: ଚାଲିଥିବା ଦିନିକିଆ କ୍ରିକେଟ ବିଶ୍ୱକପ ବିଶ୍ୱର ବଡ ଫୁଟବଲ ଖେଳାଳିଙ୍କୁ ମଧ୍ୟ ଆକର୍ଷିତ କଲାଣି। ଇଂଲଣ୍ଡ ଫୁଟବଲ ଟିମର ପୂର୍ବତନ ଅଧିନାୟକ ଡେଭିଡ ବେକହାମ୍ ୧୫ ତାରିଖରେ ମୁମ୍ବାଇର ଷ୍ଟାଡିୟମରେ ଭାରତ ବନାମ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ଦେଖିବାକୁ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

୨୦୧୯ ଦିନିକିଆ ବିଶ୍ଵକପରେ ଭାରତ ନ୍ୟୁଜିଲାଣ୍ଡ ନିକଟରୁ ସେମିଫାଇନାଲରେ ପରାଜିତ ହୋଇଥିଲା ବେଳେ ପୁଣିଥରେ ୨୦୨୩ରେ ସେମିଫାଇନାଲରେ ପୁଣି ଭେଟିବ। ତେବେ ଚଳିତ ଥର ଲଗାତାର ତୃତୀୟ ବିଶ୍ୱକପରେ ଫାଇନାଲରେ ପ୍ରବେଶ ପାଇଁ ନ୍ୟୁଜିଲାଣ୍ଡ ଟିମ୍ ଲକ୍ଷ୍ୟ ରଖିଥିବା ବେଳେ ମଞ୍ଚେଷ୍ଟର ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ।

ଚଳିତ ବିଶ୍ୱକପରେ ଭାରତ ସମସ୍ତ ୯ ମୁକାବିଲାରେ ବିଜୟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଧର୍ମଶାଳାରେ ବିରାଟ କୋହଲିଙ୍କ ୯୫ ରନ୍ ବଳରେ ଭାରତ ବ୍ୟୁଜିଲାଣ୍ଡକୁ ମଧ୍ୟ ୪ ଉଇକେଟରେ ମାତ୍ ଦେଇଥିଲା। ଏହା ପୂର୍ବରୁ ବୋଲିଂରେ ମହମ୍ମଦ ଶାମି ୫ ଉଇକେଟ ନେଇଥିଲେ ଏବଂ ନ୍ୟୁଜିଲାଣ୍ଡ ଟିମ୍ ୨୭୩ ରନରେ ଅଟକି ଯାଇଥିଲା। ମ୍ୟାଚକୁ ଭାରତ ଦୁଇ ଓଭର ଥାଇ ଜିତି ନେଇଥିଲା।

Share