ଦେବଦେବୀଙ୍କ ମନ୍ଦିର ସହ ଅନେକ ସମୟରେ କିଛି ଅଜବ ମନ୍ଦିର ବି ସାରା ପୃଥିବୀରେ ଦେଖିବାକୁ ମିଳେ। କିଛି ସ୍ଥାନରେ ତ ଲୋକଙ୍କ ପ୍ରିୟ ତାରକା, ସେ ସିନେ ତାରକା ହୁଅନ୍ତୁ କି ଖେଳ ତାରକାଙ୍କ ମନ୍ଦିର ବି ରହିଛି। ସେହିଭଳି ଏକ ମନ୍ଦିର ଥାଇଲାଣ୍ଡରେ ବି ଅଛି। ଉକ୍ତ ମନ୍ଦିରର ନାମ ‘ପରିଓ୍ବତ’। କିନ୍ତୁ ଏହା ବେଶ୍ ପରିଚିତ ଡେଭିଡ୍ ବେକ୍ହାମ୍ ମନ୍ଦିର ଭାବେ। କାରଣ ଏହି ବୌଦ୍ଧ ମନ୍ଦିରରେ ଫୁଟବଲ ତାରକା ଡେଭିଡ ବେକହାମ୍ଙ୍କର ଏକ ସୁନାର ମୂର୍ତ୍ତି ରହିଛି। ଏହି ମୂର୍ତ୍ତିକୁ ୧୯୯୯ରେ ମନ୍ଦିରରେ ସ୍ଥାପନ କରାଯାଇଥିଲା, ଯେବେ ମାଞ୍ଚେଷ୍ଟର ଇଂଲିଶ କ୍ଲବ ଗୋଟିଏ ସିଜନ୍ରେ ଲଗାତର ତିନୋଟି ଟ୍ରଫି ନିଜ ନାମରେ କରିଥିଲା। ଏଠାରେ ଡେଭିଡ ବେକ୍ହାମ୍ଙ୍କ ମୂର୍ତ୍ତିକୁ ହିନ୍ଦୁଧର୍ମର ପୌରାଣିକ ଚରିତ୍ର ଗରୁଡଙ୍କୁ ସ୍ଥାପିତ କଲା ଭଳି ସ୍ଥାପନ କରାଯାଇଛି। ମନ୍ଦିରରେ ଓ୍ବୁଲଓ୍ବରିନ୍, ସୁପରମ୍ୟାନ୍, ପପେ ଦ ସେଲର୍, କ୍ୟାପଟେନ୍ ଆମେରିକା, ପିକାଚୁ ବିଭିନ୍ନ କାର୍ଟୁନ ଚରିତ୍ର ଓ ସୁପର୍ହିରୋଙ୍କର ବି ମୂର୍ତ୍ତି ରହିଛି। ବିଶ୍ୱାସ କରାଯାଏ ଏହି ଚରିତ୍ର ସବୁ ଭଲର ପ୍ରତୀକ। ଆଉ ଏମାନେ ବୌଦ୍ଧଧର୍ମର ରକ୍ଷା କରିପାରିବେ।