ସୁଶାନ୍ତଙ୍କ ହତ୍ୟା ପଛରେ ଦାଉଦ ଇବ୍ରାହିମ ଗ୍ୟାଙ୍ଗ

ମୁମ୍ବାଇ, ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ। ଇତି ମଧ୍ୟରେ ତାଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଏପରିସ୍ଥିତିରେ ପୂର୍ବତନ ର ଅଫିସର ଏନ.କେ ସୁଦ ସୁଶାନ୍ତଙ୍କ ମୃତ୍ୟୁ ପଛରେ ଦାଉଦ ଇବ୍ରାହିମଙ୍କ ଗ୍ୟାଙ୍ଗର ହାତ ଥିବା ପ୍ରକାଶ କରିଛନ୍ତି। ଏହା ଏକ ଯୋଜନା ବଦ୍ଧ ହତ୍ୟା ଓ ଏହା ପଛରେ ଦାଉଦ ଗ୍ୟାଙ୍ଗର ହାତ ଥିବା ସୁଦ ପ୍ରକାଶ କରିଛନ୍ତି। ସୁଦଙ୍କ ଏହି ମନ୍ତବ୍ୟ ୟୁଟ୍ୟୁବରେ ଅପଲୋଡ ହୋଇଛି। ତାଙ୍କର ଏହି ମନ୍ତବ୍ୟ ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ସୁଦ ଆହୁରି କହିଛନ୍ତି, ଯଦିଓ ଦାଉଦ ବର୍ତ୍ତମାନ ଭାରତ ବାହାରେ ରହୁଛି ତଥାପି ତା’ର ନେଟଓ୍ବାର୍କ ମୁମ୍ବାଇର କିଛି ହାଇ ପ୍ରୋଫାଇଲ ଲୋକଙ୍କ ସହ ରହିଛି। ଦାଉଦ ତା’ର ଅର୍ଥ ବଳରେ କ୍ଷମତାଶାଳୀ ଲୋକଙ୍କ ମାଧ୍ୟମରେ ମୁମ୍ବାଇକୁ କଣ୍ଟ୍ରୋଲ କରୁଥିବା ସେ କହିଛନ୍ତି। ମୃତ୍ୟୁର କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ଘରର ସିସି କ୍ୟାମେରା ଖରାପ ହେବା ଏବଂ ଚାବି ହଜିବା ଆଦି ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ସେ ମତ ରଖିଛନ୍ତି। ଦାଉଦଙ୍କ ବିଦେଶରେ ଅନେକ ପାର୍ଟି ହୋଇଥାଏ। ଏହି ପାର୍ଟିରେ ବଲିଉଡ ଅନେକ କଳାକାର ଯୋଗ ଦେଇଥାନ୍ତି। ଏହାର ପ୍ରତିବଦଳରେ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ମିଳିଥାଏ ବୋଲି ସୁଦ ପ୍ରକାଶ କରିଛନ୍ତି।

Share